
ପୁରୀ, ରିପୋର୍ଟ / ସନୋଜ କୁମାର (ଓଡିଶା ତାଜା ନ୍ୟୁଜ୍ ) ରଥ କାଠ ଅନୁକୂଳ ,ରବିବାର ୨୬ ଏପ୍ରିଲ ୨୦୨୦ :- ଆଜି ପବିତ୍ର ଅକ୍ଷୟ ତୃତୀୟାରେ,ରଥ ଯାତ୍ରା ନିମନ୍ତେ ରଥ କାଠ ଅନୁକୂଳ ହୋଇଅଛି ଶ୍ରୀନଅର ସମ୍ମୁଖରେ ।
ଏହି ବର୍ଷ କରୋନା ମହାମାରୀ ନିମନ୍ତେ, ଏହି ବନଯାଗ ନୀତି ଶ୍ରୀମନ୍ଦିର ର ବାହାର ବେଢ଼ା ରେ ହେବା ନିମନ୍ତେ ନିଷ୍ପତ୍ତି ହୋଇଥିଲା । ତେଣୁ ଭୋଇ ସେବକ ମାନେ, ୩ ଖଣ୍ଡ ଧଉରା କାଠ କୁ କାନ୍ଧ ରେ ବୋହି କରି ଉତ୍ତର ଦ୍ୱାର ବାଟେ ଶ୍ରୀମନ୍ଦିର ଭିତରକୁ ନେଉଛନ୍ତି ।
