ବନ ବିଭାଗ ର ଚଢ଼ାଉ : କାଠ ମାଫିଆ ମାନଙ୍କ ମଧ୍ୟରେ ଭୟର ବାତାବରଣ

ଓଡ଼ିଶା ତାଜା ନ୍ୟୁଜ୍ (୧୯,ଅକ୍ଟୋବର,ମଙ୍ଗଳବାର) ନୂଆଗାଁ :- ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନରେ ଥିବା କୁସୁମ ଗାଡିଆ ନିକଟରେ ଗୁମୀ ଫରେଷ୍ଟର ବନମାଳୀ ରାଉତ ଚଢ଼ାଉ କରି ଏକ ହିରୋ ସ୍ପ୍ଲେଣ୍ଡର ପ୍ଲସ ଗାଡ଼ି ସହିତ ଶାଗୁଆନ ପଟା ଜବତ କରିଥିଲେ । ସୂଚନା ଅନୁଯାୟୀ କୁସୁମ ଗାଡିଆ ନିକଟରୁ ଶାଗୁଆନ ପଟା ଚାଲାଣ ହେଉଥିବା ବେଳେ ଗୁମୀ ଫରେଷ୍ଟର ବନମାଳୀ ରାଉତ ଚଢ଼ାଉ କରି ଏକ ହିରୋ ସ୍ପ୍ଲେଣ୍ଡର ପ୍ଲସ ଗାଡ଼ି ( ଓ ଆର୍ ୨୫ ସି ୫୮୩୦) ସହିତ ୭ ଟି ଶାଗୁଆନ ପଟା ଜବତ କରିଥିଲେ ।

ଯାହାର ଆନୁମାନିକ ମୂଲ୍ୟ ୧୦ ହଜାର ଟଙ୍କା ହେବ ବୋଲି ଫରେଷ୍ଟର ଶ୍ରୀ ରାଉତ କହିଥିଲେ । ଚଢ଼ାଉ ସମୟରେ କାଠ ମାଫିଆ ଭୟରେ ସ୍ଥାନ ଛାଡ଼ି ଚାଲିଯାଇଥିଲା । ଫରେଷ୍ଟର ବନମାଳୀ ରାଉତ ଙ୍କ ଘନ ଘନ ଚଢ଼ାଉ ଫଳରେ କାଠ ମାଫିଆ ମାନଙ୍କ ମଧ୍ୟରେ ଛନକା ସୃଷ୍ଟି ହୋଇଛି

Exit mobile version