ମାଁ ଲଣ୍ଡା ବୀର ଦେବୀଙ୍କ ବଏଲ ଯାତ୍ରା – ବିଜେପୁର

ଓଡ଼ିଶା ତାଜା ନ୍ୟୁଜ୍ (୧୯,ଅକ୍ଟୋବର,ମଙ୍ଗଳବାର) ବରଗଡ଼ :- ବିଜେପୁର ବ୍ଲକ ଅନ୍ତର୍ଗତ ଏମ ଶ୍ରୀଗିଡାର ଅଧିଷ୍ଠାତ୍ରୀ ଦେବୀ ମାଁ ଲଣ୍ଡା ବୀର ଦେବୀଙ୍କ ଦଶହରା ପୂଜା ଓ ବଏଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଁ ଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ ଯୁଗାର ଭୋଗ ଅର୍ପଣ କରାଯାଇଥିଲା ।

ବିଜେପୁର ବିଧାୟିକା ରୀତା ସାହୁ ଅତିଥି ଭାବେ ଯୋଗ ଦେଇ ଏ ଅଞ୍ଚଳର ମଙ୍ଗଳ କାମନା କରି ଥିଲେ । ପରେ ଅଞ୍ଚଳ ବାସୀ ଏବଂ ଯାତ୍ରା କମିଟି ସହ ଆଲୋଚନା କରିଥିଲେ । ଦଳର ବରିଷ୍ଠ ସଭ୍ୟ ମହେନ୍ଦ୍ର କୁମାର ମେହେର, ଭାବଗ୍ରାହୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version