ମୋହନାଥାନା ସ୍ଥାନୀୟ ପୁରୁଣାସଂଖ ନିକଟରେ ପୋଲିସ ଚଢ଼ଉକରି ୫୨ହଜାର ଟଙ୍କା ସହ ୫ ମୋବାଇଲ ଜବତ – ୬ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ (୧୯ଅକ୍ଟୋବର ମଙ୍ଗଳବାର) ପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲା ଏସପି ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ମୋହନା ପୁଲିସ ପକ୍ଷରୁ ରାତ୍ର ପେଟ୍ରୋଲିଙ୍ଗ ସହ ଜୁଆଆଡା ଉପରେ ନଜର ରଖିବା ପାଇଁ ନିଦେଶ ରହିଛି। ଜାହରି ଫଳରେ କିଛି କୁମାର ପୂର୍ଣ୍ଣିମା ଜଗୁ ଲୋକେ ଜୁଆ ଖେଳ ଉପରେ ମାତିବେ । ଏହାକୁ ଆଖିଆଗରେ ରଖି ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ବରେ ପୋଲିସ ଟିମ ରାତ୍ର ପେଟ୍ରୋଲଙ୍ଗି କରୁଥିବା ବେଳେ

ବିଶେଷ ସୂତ୍ର ରୁ ଖବର ପାଇ ସ୍ଥାନୀୟ ପୁରୁଣା ଶଙ୍ଖ ନିକଟରେ ଥିବା ଏକ ଘର ଉପରେ ଚଡ଼ାଉ କରିଥିଲେ । ଘଟଣା ସ୍ଥଳରୁ ୬ଜଣ ସ୍ଥାନୀୟ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୮୨ ହଜାର ନଗଦ ଟଙ୍କା ଓ ୫ଟି ମୋବାଇଲ ଫୋନ ଜବତ ହୋଇଛି । ଏନେଈ ମୋହନା ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ନାୟକ କହିଛନ୍ତି ।

 

Exit mobile version