କୋଟାଛକରେ ଫାଣ୍ଡି ସହ ଆଲୋକ ବ୍ୟବସ୍ଥା କରିବା ନେଇ ବିଡିଓଙ୍କୁ ଦାବିପତ୍ର

ଓଡ଼ିଶା ତାଜା ନ୍ୟୁଜ୍ (୧୯ଅକ୍ଟୋବର ମଙ୍ଗଳବାର) ବୈପାରିଗୁଡା :- ବୈପାରିଗୁଡା ଥାନା ଅନ୍ତର୍ଗତ କୋଟାଛକ ଠାରେ ଏକ ଫାଣ୍ଡି ପ୍ରତିଷ୍ଠା କରିବା ସହ ସେହି ସ୍ଥାନକୁ ଆଲୋକର ବ୍ୟବସ୍ଥା କରିବା ନେଇ ମହୁଲି ପଞ୍ଚାୟତର ୧୫ ରୁ ଉର୍ଦ୍ଧ ଗ୍ରାମବାସୀ ମାନେ ଆଜି ବୈପାରିଗୁଡା ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚି ବିଡିଓ ଅଭିମନ୍ୟୁ କବି ଶତପଥିଙ୍କୁ ଦାବିପତ୍ର ପ୍ରଦାନ କରିଥିବାର ଜଣାପଡିଛି ! କୋଟାଛକ ଠାରେ ଆଲୋକ ବ୍ୟବସ୍ଥା ନଥିବାରୁ ପ୍ରତିଦିନ କୌଣସି ନା କୈଣସି ସ୍ଥାନରେ ଡକାୟତ,ଚୋରି ଭଳି ଘଟଣା ବଢି ଚାଲିଥିବା ବେଳେ ସେଠାରେ ଏକ ଫାଣ୍ଡି ନିର୍ମାଣ ହେଲେ ଚୋରି,

ଡକାୟକ ଭଳି ଘଟଣା କମିବା ସହ ରାତ୍ରି ସମୟରେ ମଧ୍ୟ ଯାତ୍ରୀ ମାନେ ଯାତାୟତ କରିପାରିବେ ବୋଲି ଜନସାଧାରଣ ମଧ୍୍ୟ ଆଛା ରଖିଥିବାର କହିଛନ୍ତି ! ଦାବିପତ୍ର ପ୍ରଦାନ ସମୟରେ ମହୁଲି ସରପଞ୍ଚ ଧନେଶ୍ବର ପରଜା, ମଧୁସୁନ୍ଧନ ମାଳି, ନରସିଂହ ହରିଜନ, ବିଜୁ ରାଉତ, ଦୁର୍ଯ୍ୟେଧନ ପାଙ୍ଗି ,ରାମଚନ୍ଦ୍ର ନାୟକ, ସୁରେନ୍ଦ୍ର ପୁଜାରୀ, ତ୍ରିନାଥ ମାଝୀ, ପ୍ରଫୁଲ କାନ୍ଦଲିଆ ,ତ୍ରିନାଥ ଜାନୀ, ମନହର ନାୟକ,ବଳଭଦ୍ର ମାଳିଙ୍କ ସହ ୧୫ ଗ୍ରାମର ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ !

ସେମାନେ କହିଛନ୍ତି ଯେ ଯଦି ପ୍ରଶାସନ ଏହି ସମସ୍ୟା ଗୁଡିକ ୭ ଦିନ ଭିତରେ ପୁରୁଣ ନ କରନ୍ତି ତେବେ ମହୁଲି ପଞ୍ଚାୟତ ବାସୀ ବାଧ୍ୟ ହୋଇ ରାଞ୍ଚି ବିଜୟଓ୍ବାର୍ଡ ଜାତୀୟ ରାଜପଥ ଅବରୋଧ କରିବା ସହ ଦାବି ପୁରୁଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ କରିବୁ ବୋଲି ଗ୍ରାମବାସୀଙ୍କ ଠାରୁ ସୂଚନା ପାପ୍ତ ! ଏହି ସ୍ଥାନ ଠାରୁ ଆନ୍ଦ୍ରପ୍ରଦେଶ ଠାରୁ ଓଡିଶା ର ବିଭିନ୍ନ ଜିଲ୍ଲା ଓ ଗ୍ରାମକୁ ଏହି କୋଟାଛକ ସଂଯୋଗ ହେଉଥିବାରୁ ଏହାର ପ୍ରତିକାର ବ୍ୟବସ୍ଥା ପ୍ରଶାସନ କରିବା ଜରୁରୀ ବୋଲି ମତ ପ୍ରକାଶ ପାଉଛୁ !

Exit mobile version