ନୟାଗଡ ରେ ବିଜେପି ଏବଂ କଂଗ୍ରେସ ଦଳ ଛାଡି ନେତା ଓ କର୍ମୀମାନେ ବିଜେଡି ଦଳରେ ମିଶୁଥିବା ଦେଖିବାକୁ ମିଳୁଛି

ଓଡ଼ିଶା ତାଜା ନ୍ୟୁଜ୍ (୧୮ ଅକ୍ଟୋବର ସୋମବାର ) ନୟାଗଡ :– ନୟାଗଡ ଜିଲ୍ଲାରେ କ୍ଲିନ ସୁଇପ ଲକ୍ଷରେ ବିଜୁ ଜନତା ଦଳ . ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ,ନିର୍ବାଚନ ମଣ୍ଡଳୀ କୁ ବିରୋଧି ଶୂନ୍ୟ ଲକ୍ଷ୍ୟରେ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ । ପଞ୍ଚାୟତ ନିର୍ବାଚନ ପାଇଁ ନୟାଗଡ଼ ଜିଲ୍ଲା ରେ ରାଜନୈତିକ ଉଷ୍ମତା ଲାଗି ରହିଛି । ବିଜେପି ଏବଂ କଂଗ୍ରେସ ଦଳ ଛାଡି ନେତା ଓ କର୍ମୀମାନେ ବିଜେଡି ଦଳରେ ମିଶୁଥିବା ଦେଖିବାକୁ ମିଳୁଛି ।

ନୟାଗଡ଼ ବିଜେଡି ପାର୍ଟି ଅଫିସରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଇଟାମାଟି ପଞ୍ଚାୟତ ର ଶତାଧିକ ବିଜେପି ଏବଂ କଂଗ୍ରେସ କର୍ମୀ ବିଜେଡି ରେ ସାମିଲ ହୋଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସିନ୍ଦୁରିଆ ଗ୍ରାମର ବିରୋଧୀଦଳର ଆଗଧାଡ଼ିର ନେତା ମାନେ ବିଜୁ ଜନତା ଦଳରେ ଯୋଗ ଦେଲେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗିରିଡ଼ିପଲ୍ଲୀ ଗ୍ରାମ ପଞ୍ଚାୟତର ଗିରିଡ଼ିପଲ୍ଲୀ ଏବଂ ଧଝୋଲା ଗ୍ରାମର ବିରୋଧୀଦଳର ଆଗଧାଡ଼ିର ନେତା ମାନେ ବିଜୁ ଜନତା ଦଳରେ ଯୋଗ ଦେଲେ ।

ବିଧାୟକ ଡ. ଅରୁଣ କୁମାର ସାହୁ ଙ୍କ ଉପସ୍ଥିତି ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ରେ ଅନୁପ୍ରାଣିତ ଏବଂ ବିଧାୟକ ଙ୍କ କାର୍ଯ୍ୟକଳାପ ରେ ସନ୍ତୁଷ୍ଟ ହୋଇ ବିଜେଡି ରେ ସାମିଲ ହୋଇଥିବା ନେତା ଏବଂ କର୍ମୀମାନେ ପ୍ରକାଶ କରିଛନ୍ତି ।

Exit mobile version