ବିର୍ଜାମଠାରେ ମିଶନ ଶକ୍ତି ଓ ଗୋଷ୍ଠୀ କେନ୍ଦ୍ର ଉଦଘାଟି

ଓଡ଼ିଶା ତାଜା ନ୍ୟୁଜ୍ (୧୮ ଅକ୍ଟୋବର ସୋମବାର ) ବରଗଡ଼ :- ସୋହେଲା ବ୍ଲକ ଅନ୍ତର୍ଗତ ବିର୍ଜାମ ଗ୍ରାମ ଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ଦ୍ଵାରା ନବ ନିର୍ମିତ ମିଶନ ଶକ୍ତି ଏବଂ ଗୋଷ୍ଠୀ କେନ୍ଦ୍ର ର ନୂତନ ଗୃହ କୁ ଉଦଘାଟନ କରିଛନ୍ତି । ଦୁଇ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଗୋଷ୍ଠୀ କେନ୍ଦ୍ର ରେ ଗ୍ରାମ ର ଅନେକ କାର୍ଯ୍ୟ ରେ ଉପଯୋଗ ହୋଇପାରିବ ବୋଲି କହିଥିଲେ ।

ସେହିପରି ମିଶନ ଶକ୍ତି ଗୃହ ମହିଳା ମାନଙ୍କ ଉନ୍ନତି ରେ ସହାୟକ ହୋଇପାରିବ ବୋଲି ସେ କହିଥିଲେ । ଏହି ଅବସରରେ ସୋହେଲା ବ୍ଲକ ବିଡ଼ିଓ ବିଶ୍ବ ରଞ୍ଜନ କର,ଦେବାନନ୍ଦ ପାତ୍ର, ସରପଞ୍ଚ କୃପିସିନ୍ଧୁ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version