ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ନୂଆଗାଁ ବ୍ଲକ୍ ରେ ନିର୍ମାଣ ହେବ ଶିକ୍ଷକ ଭବନ

ଓଡ଼ିଶା ତାଜା ନ୍ୟୁଜ୍ (୧୮ ଅକ୍ଟୋବର ସୋମବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କୃଷ୍ଣ ଚନ୍ଦ୍ରପୁର ଠାରେ ନୂଆଗାଁ ବ୍ଲକ୍ ମିଳିତ ଶିକ୍ଷକ ସଂଘ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ମିଳିତ ଶିକ୍ଷକ ସଂଘ ର ସଭାପତି ଚିନ୍ତାମଣି ମିଶ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ନୂଆଗାଁ ବ୍ଲକ୍ ରେ ଏକ ଶିକ୍ଷକ ଭବନ ନିର୍ମାଣ ପାଇଁ ନିଜସ୍ବ ବିଧାୟକ ପାଣ୍ଠି ପ୍ରଦାନ କରିବେ ବୋଲି କହିଥିଲେ।

ଏହି ବୈଠକ ରେ ଶିକ୍ଷକ ନେତା ବାମନ ଚରଣ ବାରିକ , କୃଷ୍ଣ ଚନ୍ଦ୍ରପୁର, ମାଇଛେଳି ଗ୍ରାମ ସଭାପତି ଙ୍କ ସମେତ ବହୁତ ଶିକ୍ଷକ ଉପସ୍ଥିତ ଥିଲେ।ବହୁ ବର୍ଷ ଧରି ଶିକ୍ଷକ ମାନଙ୍କ ମନରେ ଥିବା ଶିକ୍ଷକ ଭବନ ନିର୍ମାଣ ଆଶା ଦଶପଲ୍ଲା ବିଧାୟକ ପୂରଣ କରିଥିବାରୁ ନୂଆଗାଁ ବ୍ଲକ୍ ମିଳିତ ଶିକ୍ଷକ ସଂଘ ତରଫରୁ ବିଧାୟକ ଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଥିଲା।ନୂଆଗାଁ ବ୍ଲକ୍ ମାଇଛେଳି ଗ୍ରାମ ନିକଟରେ ଶିକ୍ଷକ ଭବନ ପାଇଁ ଜାଗା ଚିହ୍ନଟ ହୋଇଥିବା ଜଣାପଡିଛି।

Exit mobile version