ସାଢେ ସାତ ଫୁଟର ଅଜଗର ସାପ ଉଦ୍ଧାର

ଓଡ଼ିଶା ତାଜା ନ୍ୟୁଜ (୧୮ ଅକ୍ଟୋବର ସୋମବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା କେସିଙ୍ଗା ବନାଞ୍ଚଳ ରୁପ୍ରାରୋଡ ରେଞ୍ଜ୍ ଅଧିନ ରୁପ୍ରା ଶିଶୁ ମନ୍ଦିରକୁ ଯାଇଥିବା ରାସ୍ତା ଉପରେ ଏକ ସାଢ଼େ ସାତ ଫୁଟର ଅଜଗର ସାପ ଥିବା କିଛି ପଥଚାରୀ ଦେଖି ଥିଲେ। ଏହି ଖବର ରୁପ୍ରା ଗ୍ରାମରେ ପହଞ୍ଚିବା କ୍ଷଣି ଅଜଗରକୁ ଦେଖିବା ପାଇଁ ଲୋକଙ୍କ ସୁଅ ଛୁଟିଥିଲା । ଅଜଗରଟି ଖାଦ୍ୟ ଖାଇଥିବାରୁ ଯାଇ ନ ପାରି ରାସ୍ତା ଉପରେ ଥିବା ସମୟରେ କୌଣସି ବାଇକର ଆଘାତ ପାଇଥିବା ଅନୁମାନ କରାଯାଉଛି ।

ଏହି ଅଜଗରକୁ ଗ୍ରାମର କିଛି ପିଲା ଉଠାଇଆଣି ଗାଁକୁ ଆଣିଥିଲେ । ଏବାବଦରେ ଗ୍ରାମ ବାସୀଙ୍କ ଠାରୁ ରୁପ୍ରାରୋଡ ଫରେଷ୍ଟର ବିଶ୍ୱଜିତ ଠାକୁର ଖବର ପାଇବା ପରେ ବିଭାଗୀୟ କର୍ମଚାରୀଙ୍କୁ ପଠାଇ ସେହି ଅଜଗରକୁ ଉଦ୍ଧାର କରି ନେଇଥିଲେ । ବନବିଭାଗର କର୍ମଚାରୀ ମାନେ ସ୍ଥାନୀୟ ଲାଙ୍ଗଳ ଗୁଡା ଜଙ୍ଗଲକୁ ନେଇ ଅଜଗରକୁ ନେଇ ଛାଡି ଦେଇଥିଲେ।

Exit mobile version