ବିର୍ଜାମରେ ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ଓଡ଼ିଶା ତାଜା ନ୍ୟୁଜ୍ (୧୮ ଅକ୍ଟୋବର ସୋମବାର) ବରଗଡ଼ :- ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ବିର୍ଜାମଠାରେ ଓଡ଼ିଶା ମୋ ପରିବାର, ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି । ଓଡ଼ିଶା ମୋ ପରିବାର ର ସଂଯୋଜକ ଗୈାର ମିଶ୍ର ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆୟୋଜିତ ଶିବିରକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଉଦଘାଟନ କରିଥିଲେ ।

ପରେ ଯୁବ ଓ ଛାତ୍ର ଜନତା ଦଳ ଶାଖାର ସଭ୍ୟ ସଭ୍ୟା ମାନେ ରକ୍ତଦାନ କରିଥିଲେ । ଶିବିରରୁ ୬୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଶିବିର କୁ ଯୁବ ଓ ଛାତ୍ର ଶାଖା ପକ୍ଷରୁ ପରିଚାଳନା କରାଯାଇଥିଲା ।

 

Exit mobile version