ଅଳ୍ପକେ ବର୍ତିଲେ ବାଇକ ଆରୋହୀ

ଓଡ଼ିଶା ତାଜା ନ୍ୟୁଜ୍ (୧୮ ଅକ୍ଟୋବର ସୋମବାର) ରାୟଗଡ଼,ଗଜପତି :- ଅଳ୍ପକେ ବର୍ତିଲେ ବାଇକ ଆରୋହୀ.ଆଜି ପ୍ରାୟ ଚାରି ଟା ବେଳେ ରାୟଗଡ ପଟୁ କରଡ଼ାସିଙ୍ଗିଗ୍ରାମ କୁ ଯାଉଥିବା ଦୁଇ ଯୁବକ ମୃତ୍ୟୁ ମୁଖରୁ ବର୍ତ୍ତୀ ଛନ୍ତି l କାଇଟପଦର ଛକ ବୁଲାଣିଆ ଠାରେ ରାସ୍ତା କାମ ସକାଶେ ପକାଯାଇଥିବା ରାସ୍ତା ଉପରେ ମାଟି ଗୋଦା ଥିବା ଯୋଗୁଁ ବିପରୀତ ଦିଗରୁ ଆସୁଥିବା କୌଣସି ଏକ ଗାଡିକୁ ସାଇଡ ଦେବାକୁ ଯାଇ ବାଇକ ସହ ବସି ଥିବା ତିନି ଯୁବକ ଓ ଜଣେ ପ୍ରାୟ 15ବର୍ଷ ର ପିଲା ମାଟି ଗଦା ଉପରେ ଚଡି ଯିବାରୁ ତିନି ଜଣ ଛିଟିକି ହୋଇ ରାସ୍ତା କଡରେ ପଡି ଯାଇ ଗୁରୁତର ହୋଇ ଥିବା ବେଳେ, ନିକଟରେ ଥିବା ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ସେମାନଙ୍କୁ ଉଦ୍ଧାର କରି ରାୟଗଡ ମେଡିକାଲ କୁ ନେଇଥିଲେ l

ସେମାନେ ସମସ୍ତେ କରଡ଼ାସିଙ୍ଗି ଗ୍ରାମର କାଁହୁ ଚରଣ ରାଉତ, ଟୁନା ରାଉତ, ଚିତ ରାଉତ ଥିବାବେଳେ ଚିତ୍ତ ରାଉତ ଗୁରୁତର ଆହତ ହୋଇଥିବା ଜଣାପଡୁଛି l ରାସ୍ତା କାମ କରୁଥିବାଠିକା ସଂସ୍ଥା ଏ ଆର ଏସ ଏସ ମରାମତି କରୁଥିବାବେଳେ ରାସ୍ତା ଉପରେ ମାଟି ଗଦା କରି ଦେଇ କାମ ନକରି ଛାଡ଼ୁଦେଇଛି l ଯାହା ଦ୍ଵାରା ପ୍ରତିଦିନ ଏମିତି ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି,ଏ ନେଇ ତୁରନ୍ତ ରାସ୍ତା କାମ କରି ରାସ୍ତା ଉପରୁ ମାଟି ଗଦା ସବୁକୁ ହୋଟେଇବାକୁ ସାଧାରଣରେ ଦାବିହେଉଛି l

 

Exit mobile version