ରାଉରକେଲା ସହର କଣ୍ଚେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

ରାଉରକେଲା,ରିପୋର୍ଟ /ସୋନାଲି /ଦୀପ୍ତିମାନ୍ ପତି (ଓଡିଶା ତାଜା ନ୍ୟୁଜ୍‌ ) କଣ୍ଚେନମେଣ୍ଟ ଜୋନ ,ରବିବାର ୨୬ ଏପ୍ରିଲ ୨୦୨୦ :- ସମଗ୍ର ବିଶ୍ୱରେ କୋଭିଡ଼-୧୯ ବା କରୋନା ମହାମାରୀ ରୂପ ନେଇଥିବାବେଳେ, ଏହାର କଡ଼ା ମୁକାବିଲା କରିବା ପାଇଁ ସମଗ୍ର ଦେଶ ତଥା ଆମ ରାଜ୍ୟ ଓଡ଼ିଶା ଦୃଢତାର ସହ ଆଗେଇ ଚାଲିଛି । ଓଡ଼ିଶା ସରକାର ବିଭିନ୍ନ ଅନୁଷ୍ଠାନ ସହ ଅନୁବନ୍ଧିତ ହୋଇ ଏହି ବିଶ୍ୱ ମହାମାରୀକୁ ଜିତିବା ପାଇଁ ତିଳେ ହେଲେ ଅବହେଳା କରୁନାହାନ୍ତି । ପ୍ରତିଟି ସମୟରେ, ଜନତାଙ୍କ ସୁରକ୍ଷା ଓ ସେବା ଉଦ୍ଦେଶ୍ୟରେ ବିଭିନ୍ନ ସହାୟତା ପ୍ରଦାନ କରୁଛନ୍ତି । ରାଉରକେଲା ସହରର ଜନତା ନିବାସ ଲେନ ପଏଣ୍ଚ ଠାରୁ ମହତାବ ରୋଡ ପଏଣ୍ଟ, ମେନ ରୋଡର ମଧ୍ୟଭାଗ, ଯାହାକି ଜନତା ନିବାସ ଲେନ ଏବଂ ଅନ୍ୟ ପଟେ ଏଗ୍ ଓ ଭେଜିଟେବଲ୍ ଲେନ୍ କୁ ସ୍ପର୍ଶ କରୁଥିବା ପଏଣ୍ଟ,

ଡେଲି ମାର୍କେଟର ଏଗ୍ ଓ ଭେଜିଟେବଲ୍ ଲେନ୍ ପଏଣ୍ଟ ଠାରୁ ରେଲୱେ ଲାଇନ୍ ବାଉଣ୍ଡେରୀ, ଆନନ୍ଦ ଭବନ ଲେନ୍ ଠାରୁ ରିଙ୍ଗ ରୋଡ୍ ସ୍ପର୍ଶ କରୁଥିବା ପଏଣ୍ଟ, ଆନନ୍ଦ ଭବନ ଲେନ୍ ଠାରୁ ବିଗ୍ ବଜାର ସ୍ପର୍ଶ କରୁଥିବା ମିଡିଲ୍ ପଏଣ୍ଟ, ନେତାଜୀ ମାର୍ଗ ଦେଇ ରେଲୱେ ଲାଇନ୍ ସ୍ପର୍ଶ କରୁଥିବା ବିଗ ବଜାର ପାର୍ଶ୍ୱ ଲେନକୁ କଣ୍ଚେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

Exit mobile version