କୁମ୍ଭୀଆପଲ୍ଲୀ ଜଙ୍ଗଲ ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର

ଓଡ଼ିଶା ତାଜା ନ୍ୟୁଜ୍ ( ୧୭ ଅକ୍ଟୋବର , ରବିବାର ) ଓଡ଼ଗାଁ :- ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଅଛି । ଓଡ଼ଗାଁ ଏନ୍.ଏସି ଅନ୍ତର୍ଗତ କୁମ୍ଭୀଆପଲ୍ଲୀ ଜଙ୍ଗଲ ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ଏକ ମୃତ ଦେହ ପୁଲିସ ଜବତ କରିଛି ।ମୃତ ଯୁବକ ଜଣଙ୍କ ଓଡ଼ଗାଁ ଏନ୍.ଏସି ଦଲକର ବଳରାମ ନାୟକ(୫୫)।ମୃତକଙ୍କ ପରିବାରବର୍ଗଙ୍କ କହିବା ଅନୁଯାୟୀ ଗତକାଲି ସନ୍ଧ୍ୟା ୭ ଘଟିକା ପରେ ବଳରାମ ଖାଇସାରିବା ପରେ ଘରକୁ ଫେରି ନଥିଲେ । ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ, କିନ୍ତୁ ତାଙ୍କର କୌଣସି ସନ୍ଧାନ ପାଇନଥିଲେ।

ଆଜି ଗାଁ ଲୋକଙ୍କଠାରୁ ଖବର ପାଇ କୁମ୍ଭୀଆପଲ୍ଲୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବଳରାମଙ୍କ ମୃତ ଦେହ ସଜନା ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଖବର ପାଇ ଓଡ଼ଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଯୁବକ ଜଣଙ୍କୁ ମାରି ଟାଙ୍ଗୀ ଦେଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି । ତେବେ ଏହା ହତ୍ୟା କି ଆତ୍ମହତ୍ୟା ପୋଲିସ ତଦନ୍ତ ଚଳାଇଛି। ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ପୁଲିସ କହିଛି ‌।

 

Exit mobile version