
ଓଡ଼ିଶା ତାଜା ନ୍ୟୁଜ୍ (୧୬ ଅକ୍ଟୋବର ଶନିବାର ) ରଣପୁର :- ରଣପୁରରେ ଦଶ ଦିନ ଧରି ପାଳିତ ହେଉଥିବା ଦଶଭୁଜା ମାଆ ଦୁର୍ଗା ଙ୍କୁ ଶନିବାର ବିସର୍ଜନ କରାଯାଇଛି । ଦୁର୍ଗାପୂଜା ଉତ୍ସବ ଆଜି ଶେଷ ହୋଇଛି । ପ୍ରାୟ ୫୦ ବର୍ଷ ଧରି ଆୟୋଜିତ ହେଉଥିବା ଜଗତଜନନୀ ମା ଦୁର୍ଗାଙ୍କ ର ଭଷାଣି ଯାତ୍ରା ଚଳିତ ବର୍ଷ କୋଭିଡ଼ି କଟକଣା ମଧ୍ୟରେ ପାଳନ ହୋଇଯାଇଛି । ମା ଙ୍କ ଭଷାଣି ଯାତ୍ରା ଘଣ୍ଟ ଘଣ୍ଟା , ଢୋଲ ମୃଦଙ୍ଗ ବାଦ୍ୟ ର ତାଳେ ତାଳେ ହୋଇଥିବା ଦେଖା ଦେଇଥିଲା
ଭକ୍ତ ଙ୍କ ର ଭିଡ଼ କମ ପରିଲକ୍ଷିତ ହେଉଥିବା ବେଳେ ମାଆଙ୍କର ମୃଣ୍ମୟ ପ୍ରତିମାକୁ କଟକଣା ମଧ୍ୟରେ ରଣପୁରର ମନ୍ଦାକିନୀ ନଦୀ ରେ ବିସର୍ଜନ କରାଯାଇଛି । ସୋମବାର ଠାରୁ ଆୟୋଜିତ ମା’ ଦୁର୍ଗାଙ୍କର ଭଷାଣି ଉତ୍ସବ ଶନିବାର ଅନୁଷ୍ଠିତ ହୋଇଛି । ବଜାର କମିଟିର କର୍ମକର୍ତା ଓ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବଜାର କମିଟି ଓ ରଣପୁର ବାସୀଙ୍କ ସହଯୋଗରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା ।
