ଲକ୍ଷ୍ମୀନଗରରେ ମା’ଦୁର୍ଗାଙ୍କ ନିଆରା ଭସାଣି ଉତ୍ସବ ୬କିଲୋମିଟର ବ୍ୟାପୀ ୧୦ଗାଁ ବୁଲିଲେ ଶୋଭାଯାତ୍ରାରେ କରୋନା କଟକଣା ଅନୁଯାୟୀ ସାମିଲ ହୋଲେ ଭକ୍ତ

ଓଡ଼ିଶା ତାଜା ନ୍ୟୁଜ୍ (୧୬ ଅକ୍ଟୋବର ଶନିବାର  ) କୋରାଇ :- ଲକ୍ଷ୍ମୀନଗର ପାୟତର ଲକ୍ଷ୍ମୀନଗର ଗାଁର ପ୍ରସିଦ୍ଧ ଦୁର୍ଗାପୂଜା ଉତ୍ସବ ଆଜି ଶେଷ ହୋଇଛି । ଏହି ଉତ୍ସବର ଶେଷ ପର୍ଯ୍ୟାୟ ଶନିବାର ମା’ଙ୍କ ମୃଣ୍ମୟ ପ୍ରତିମାର ବିସର୍ଜନ ହୋଇଛି । ନିଆରା ଢଙ୍ଗରେ ପୁରୁଣା ପ୍ରଥା ଅନୁଶାରେ ମା’ଙ୍କ ବିଶାଳ କାୟ ମୃଣ୍ମୟ ପ୍ରତିମାକୁ ଏକକାଳୀନ ଶତାଧିକ ଲୋକ କାନ୍ଧେଇ ଲକ୍ଷ୍ମୀନଗର, କଂସାରିସାହି, ଦଳିତସାହି, ତରାପୁର, ବାଲିଆପଶି, ଭିକିପୁର ସମେତ ସମଗ୍ର ଲକ୍ଷ୍ମୀନଗର ପଂଚାୟତର ୧୦ରୁ ଊର୍ଦ୍ଧ୍ୱ ଗାଁକୁ ଶୋଭାଯାତ୍ରରେ ନିଆଯାଇ ରାଧନଗର ପଟଣାର ଦିଘି ପୋଖରୀରେ ବିସର୍ଜନ କରାଯାଇଥିଲା । ପ୍ରାୟ ୬କିଲୋମଟିର ବ୍ୟାପୀ ଏହି ଭସାଣି ଶୋଭା ଯୋତ୍ରରେ ବହୁସଂଖ୍ୟାରେ କରୋନା କଟକଣା ଅନୁଯାୟୀ ଶ୍ରଦ୍ଧାଳୁ ଭକ୍ତ ସାମିଲ ହୋଇଥିଲେ । ମା’ଙ୍କ ଏହି ମୃଣ୍ମୟ ପ୍ରତିମାକୁ କାନ୍ଧେଇନେଇ ପାଣିରେ ବିସର୍ଜନ କରିବା ପ୍ରଥା କାହିଁ କେଉଁ ଆବାହମାନ କାଳରୁ ଚଳିଆସୁଛି ।

ମା’ଙ୍କୁ କାନ୍ଧେଇ ନେଲେ କାଳେ ସମସ୍ତ ଅରିଷ୍ଟ ଖଣ୍ଡନ ହେବା ସହ ଶରୀର ଶୁଦ୍ଧପୁତ ହୁଏ ବୋଲି ଜନଶ୍ରୁତି ରହିଛି । ପ୍ରାୟ ୨ଶହ ବର୍ଷରୁ ଊର୍ଦ୍ଧ୍ୱ ଏହି ପୂଜାତ୍ସବ ଲକ୍ଷ୍ମୀନଗର ଗ୍ରାମ କମିଟି ପକ୍ଷରୁ ସୋମବାର ଠାରୁ ଆୟୋଜିତ ମା’ ଦୁର୍ଗାଙ୍କ ପୂଜାର ପ୍ରସିଦ୍ଧ ଭଷାଣି ଉତ୍ସବ ଶନିବାର ଅନୁଷ୍ଠିତ ହୋଇଛି । ଅନୁଷ୍ଠାନର ସଭାପତି ଆନନ୍ଦଚନ୍ଦ୍ର ସାହୁ ଓ ସଂପାଦକ ସୁବଳ ସାହୁଙ୍କ ନେତୃତ୍ୱରେ ରାମଚନ୍ଦ୍ର ପଟ୍ଟୁ, ଅନନ୍ତଚରଣ ସାହୁ, ଅଶୋକ ସାହୁ, ପ୍ରଫୁଲ୍ଲକୁମାର ସାହୁ, ନାଣ୍ଡୁଚରଣ ସାହୁ, ଦୀନବନ୍ଧୁ ସାହୁ, ଗୋପବନ୍ଧୁ ସାହୁ, ଶରତଚନ୍ଦ୍ର ସାହୁ ପ୍ରମୁଖ କର୍ମକର୍ତା ଓ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଲକ୍ଷ୍ମୀନଗର ଗାଁ ସମେତ ରାଧାନଗର, ବ୍ରାହ୍ମଣ ଶାସନ, ରଥଶାସନ, କୁମ୍ଭକାର ସାହି, ବାଲିଆପଶି, ଭିକିପୁର ଆଦି ସମଗ୍ର ଲକ୍ଷ୍ମୀନଗର ପଂଚାୟତବାସୀଙ୍କ ସହଯୋଗରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା ।

Exit mobile version