ମିଲକି ପ୍ରଗଣାର ମା ଡୋକରୀ ବୁଢ଼ୀଙ୍କ ଛତର ଯାତ୍ରା ସମ୍ପନ୍ନ

ଓଡ଼ିଶା ତାଜା ନ୍ୟୁଜ (୧୬ ଅକ୍ଟୋବର ଶନିବାର ) କଳାହାଣ୍ଡି :- ଭବାନୀପାଟଣା ବ୍ଲକ ବୋର୍ଡl ଠାରେ ମିଲକି ପ୍ରଗଣାର ଅଧିଷ୍ଠାତ୍ରୀ ଦେଵୀ ମା’ ଡୋକରୀ ବୁଢ଼ୀଙ୍କ ପବିତ୍ର ବିଜୟ ଛତର ଯାତ୍ରା ଶୁକ୍ରବାର ପବିତ୍ର ବିଜୟା ଦଶମୀ ଦିନ ଅନୁଷ୍ଠିତ ହୋଇଯାଇଛି l ମନ୍ଦିରର ମୁଖ୍ୟ ପୂଜକ ରାଜକୁମାର ମାଝୀ,ପାର୍ଶ୍ଵ ପୂଜକ ଦୀନ ମାଝୀ, ଜିତେନ୍ଦ୍ର ସାହାଣୀ, ଛତ୍ର ବାହକ କାହ୍ନୁ ମାଝୀ ଓ ଘାସି ଗୌଡ଼, ମିଲକି ପ୍ରଗଣାର ଗଣା ଲମ୍ବୋଦର ନାଏକଙ୍କ  ଦ୍ୱାରା ମାଙ୍କ ପାରମ୍ପରିକ ନୀତି ଅନୁଯାୟୀ ନିଶି ପୂଜା ଓ ଗୁପ୍ତ ପୂଜା ସମାପନ ପରେ ଅପରାହ୍ନ ୩ଘଣ୍ଟା ସମୟରେ ମାଙ୍କ ବିଜୟ ପ୍ରତିମା “ଛତର” ମନ୍ଦିରରୁ ବାହାରି ନଗର ପରିକ୍ରମା ପାଇଁ ବାହାରିଥିଲେ l ତେବେ କୋଭିଡ କଟକଣା  ଯୋଗୁଁ କିଛି ଦୂର ଆସି ଭକ୍ତଙ୍କୁ ଦର୍ଶନ ଦେଇ ମନ୍ଦିରକୁ ପ୍ରତ୍ୟାବର୍ତନ କରିଥିଲେ l ତେବେ ପୋଲିସ ପ୍ରଶାସନର ବାରଣ ସତ୍ୱେ ଭକ୍ତଙ୍କ ଆବେଗ ଓ ପରମ୍ପରା ଆଗରେ ହାର ମାନିଥିଲା ପ୍ରଶାସନ l

ହଜାର ହାଜର ଭକ୍ତ ମନ୍ଦିର ପରିସରରେ ରୁଣ୍ଡ ହେବା ସହ ବିଭିନ୍ନ ଛକ ଓ ପଡ଼ାରେ ମାନସିକଧାରୀ ଶ୍ରଦ୍ଧାଳୁ ଶହ ଶହ ପଶୁ ପକ୍ଷୀ ବଳି ଦେଇଥିଲେ l ମନ୍ଦିର ପରିଚାଳନା କମିଟି ସଭାପତି ତରଣୀସେନ ମାଝୀ, ସମ୍ପାଦକ ରାମେଶ୍ୱର ଭୋଇ ବୋର୍ଡl ଗୌନ୍ତିଆ ସନ୍ଦୀପ ଭୋଇ, ପ୍ରଶାନ୍ତ ଭୋଇ, ସଂସ୍କୃତି ଗବେଷକ ବେଦବ୍ୟାସ ପଧାନ, ବଶିଷ୍ଠ ଭୋଇ,ରମେଶ ଛୁରା, ଚିନ୍ମୟ ପଧାନଙ୍କ ପ୍ରତ୍ବେକ୍ଷ ତତ୍ୱାବଧାନରେ ଛତର ଯାତ୍ରା ସମ୍ପନ୍ନ ହୋଇଥିଲା l କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଅନାମ ନାଏକ, ପୂର୍ବ ବିଧାୟକ ଦୁଷ୍ମନ୍ତ ନାଏକ,ବୋର୍ଡl ସରପଞ୍ଚ ରୀନାରାଣୀ ଜାଲ, ଡୁମୁରିଆ ସରପଞ୍ଚ ସଂଜୀବ ମିଶ୍ର, ବିଜେପି ମଣ୍ଡଳ ସଭାପତି ବିଭୀଷଣ ସାହୁ,ଟାଉନ ସଭାପତି ଅକୃର ହରପାଲ ପ୍ରମୁଖ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଉପସ୍ଥିତ ଥିଲେ l

Exit mobile version