ଭୁବନେଶ୍ୱର, ରିପୋର୍ଟ /ସୋନାଲି (ଓଡିଶା ତାଜା ନ୍ୟୁଜ୍ ) ଅକ୍ଷିମୁଠି ଅନୁକୂଳ ,ରବିବାର ୨୬ ଏପ୍ରିଲ ୨୦୨୦ :- ବୈଶାଖ ଶୁକ୍ଳ ପକ୍ଷ ତୃତୀୟା ଦିନ ଅକ୍ଷୟ ତୃତୀୟା ପାଳନ ହୋଇଥାଏ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ମଧ୍ୟ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟ ଶୁଭାରମ୍ଭ କରାଯାଏ । ଅକ୍ଷିମୁଠି ଅନୁକୂଳ ସହ ଚଷାପୁଅ ଚଳିତ ବର୍ଷର ଚାଷ କାର୍ଯ୍ୟ ଆରମ୍ଭ କରିଛି । ଚାଷୀ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ ।
ଏହି ପର୍ବ ଓଡ଼ିଶା ଭଳି କୃଷି ପ୍ରଧାନ ରାଜ୍ୟ ପାଇଁ ଅନେକ ଦୃଷ୍ଟିରୁ ପ୍ରାସଙ୍ଗିକ। ଯଦିଓ କରୋନା ଲକଡାଉନ ପାଇଁ ଉତ୍ସବ ଫିକା ପଡ଼ିବ, କିନ୍ତୁ ଅକ୍ଷୟ ତୃତୀୟାରେ ଅନୁକୂଳ ପର୍ବ ଅଟକିବ ନାହିଁ । ଆଜି ନୟାଗଡ଼ ଠାରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ ଅଖିମୁଠି ଅନୁକୂଳ ସହ ଚାଷ କରିଛନ୍ତି । ମନ୍ତ୍ରୀ ସୋସିଆଲ ମିଡ଼ିଆ ରେ ସମସ୍ତ ଚାଷୀ ଏହି ଭଳି ଘଡିସନ୍ଧି ମୁହୂର୍ତ୍ତରେ ଛିଡା ହୋଇ କୃଷି କାର୍ଯ୍ୟ ଆରମ୍ଭ କରିବା ସହ ଚାଷୀକୁଳକୁ ସାହସ ଦେବା ସହ ରାଜ୍ୟ ସରକାର ସଦାବେଳେ ଚାଷୀଙ୍କ ସହ ଅଛନ୍ତି କହିଛନ୍ତି ।
ଏଥି ସହ ସେ ପବିତ୍ର ଅକ୍ଷୟ ତୃତୀୟା ଓ କୃଷକ ଦିବସ ଉପଲକ୍ଷେ ଆମ ଅନ୍ନଦାତା କୃଷକ ଭାଇ ଓ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଏବଂ ମୁଠି ଅନୁକୂଳ କରେ । ଏହାକୁ ଅକ୍ଷିମୁଠି କୁହାଯାଏ । ଅକ୍ଷୟ ତୃତୀୟା ଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ବ୍ରତୋପନୟନ ପ୍ରଭୃତି ଶୁଭକାର୍ଯ୍ୟ କରାଯାଇଥାଏ । ରଥ ନିର୍ମାଣ ଅନୁକୂଳ ଏବଂ ଚନ୍ଦନ ଯାତ୍ରା ଆରମ୍ଭ ଅକ୍ଷୟ ତୃତୀୟା ତିଥିରେ ଶ୍ରୀଜୀଉମାନଙ୍କର ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଇଥାଏ ।
କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରୀ ନିୟମ କଡ଼ାକଡ଼ି ପାଳନ କରିବା ସହ କୃଷି କାର୍ଯ୍ୟ ସମୟରେ ସାମାଜିକ ଦୂରତା ନିଶ୍ଚୟ ବଜାୟ ରଖନ୍ତୁ । ସେହିପରି ଅକ୍ଷୟ ତୃତୀୟା ତିଥିଠାରୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଆରମ୍ଭ ହୁଏ । ଆଶା କରୁଛି, ଚଳିତ ବର୍ଷ ଚାଷୀ ଭାଇଭଉଣୀଙ୍କ ପାଇଁ ସମୃଦ୍ଧିର ବର୍ଷ ହେବ ବୋଲି କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।
