ଶ୍ରୀ କଳାପାହାଡ଼ ଓ ମା ସର୍ବ ମଙ୍ଗଳା ମନ୍ଦିରରେ ଖଣ୍ଡା ଯାତ୍ରା

ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ଗୁରୁବାର ) କଳାହାଣ୍ଡି :- ଆଶ୍ଵିନ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଶ୍ରୀ କଳାପାହାଡ଼ ଦେବଙ୍କ ପ୍ରସିଦ୍ଧ ଖଣ୍ଡା ଯାତ୍ରା ଅନୁଷ୍ଠିତ ହୋଇଛି। ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଗ୍ରାମରେ ଥିବା କଳାପାହାଡ଼ ଓ ମା ସର୍ବ ମଙ୍ଗଳା ମନ୍ଦିର ପରିସରରେ ନବଦିନ ବ୍ୟାପି ଯାତ୍ରାର ଶେଷଦିନ ୨୧ ଗୋଟି ଖଣ୍ଡାଧାର ଉପରେ ଦେବୀ ଚାଲିଯିବା ଦୃଶ୍ୟ ଅତ୍ୟନ୍ତ ଅଦ୍ଭୁତ ଓ ଶିହରଣ ସୃଷ୍ଟି କରେ। ପୂଜା କାର୍ଯ୍ୟ ଅତି ନିଷ୍ଠା ଓ ଭକ୍ତିର ସହ ଭକ୍ତମାନେ ପୁରାଣ ପଠନ, ମଙ୍ଗଳା ପାଠ ଓ ଦେବୀଙ୍କ ଛତର ଆଖପାଖ ଗାଁରେ ପରିକ୍ରମା ପରେ ମନ୍ଦିର ପରିସରରେ ସ୍ଥାପନ କରିଥାନ୍ତି ।

ଝଜ ସାଙ୍କୁ କାଲିସ ଲାଗି ଭକ୍ତଙ୍କ ଗୁହାରି ଶୁଣି ଆର୍ଶୀବାଦ ଦେଇଥାନ୍ତି। ମାଙ୍କ ମନ୍ଦିରରେ ଅପୁତ୍ରିକ ଦମ୍ପତି ଓ ରୋଗ ବୈରାଗ ଭୋଗ କରୁଥିବା ଲୋକେ ବିଶ୍ଵାସ ନେଇ ଏଠାକୁ ଯାତ୍ରା ଦିନ ଆସନ୍ତି। ଚଳିତ ବର୍ଷ ପୂଜା କାର୍ଯ୍ୟରେ ଧବଲେଶ୍ଵର ସା, ହିମାଚଳ ନାଏକ, ପର୍ଶୁରାମ ଭୋଇ, ଗୋପାଳ ପଧାନ, ରୋହିତ ପ୍ରଧାନ, ଦୁର୍ଲଭ ନାଏକ, ଅକ୍ଷୟ ବାଗ, ଶିବିଲାଲ ବାଗ, ବିଶିକେଶନ ମାଝୀ,ପଦ୍ମ ନାଏକ,ତେଜ ସା, ରଞ୍ଜନ ସା,ରସିଆ ଗଉଡ ,ବିକ୍ରମ ସା ପ୍ରମୁଖ ପୂଜାରେ ଉପସ୍ଥିତ ରହି ସହଯୋଗକରିଥିଲେ।

Exit mobile version