ମସ୍କା ପଦର ଗାଁରେ ପୁଣି ଜଙ୍ଗଲୀ ହାତୀଙ୍କ ଉପଦ୍ରବ

ଓଡ଼ିଶା ତାଜା ନ୍ୟୁଜ (୧୪ ଅକ୍ଟୋବର ଗୁରୁବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥ ରେଞ୍ଜ ଅଞ୍ଚଳରେ ଆଜିକୁ ୧ ମାସ ହେବ ହାତୀଶାଳ ପିଆରଏଫରେ ୨୫ରୁ ଉର୍ଦ୍ଧ୍ବ ଜଙ୍ଗଲି ହାତୀ ରହିଥିବା ବେଳେ କୁମଖାଲ ,ବନ୍ଧପାରି ,ବିଶ୍ୱନାଥପୁର ଓ ଚମ୍ପାଦେଇପୁର ପଞ୍ଚାୟତରେ ନିୟମିତ ଭାବେ ବିଭିନ୍ନ ଗ୍ରାମର ଲୋକଙ୍କ ଘର, ଧାନ, ମକା, ପନିପରିବା ଚାଷକୁ ନଷ୍ଟ କରି ଚାଲିଥିବା ଜଣାଯାଏ । ରାତିରେ ଲାଞ୍ଜିଗଡ଼ ବନ ବିଭାଗ ଅଧୀନରେ ଥିବା ଛତ୍ରପୁର ପଞ୍ଚାୟତ ମସ୍କାପଦର ଗାଁର କଲୋନୀ ପଡ଼ାରେ ଲିଙ୍ଗରାଜ ମାଝୀଙ୍କ ଘରକୁ ହାତୀମାନେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇ ଥିବା ବେଳେ ଘରେ ଥିବା ଧାନ, ଚାଉଳ, କାନ୍ଧୁଲ, ମକା, ନଷ୍ଟ କରିବା ସହ କପା ଚାଷକୁ ମଧ୍ୟ ନଷ୍ଟ କରିଦେଇଛନ୍ତି ।

ବନ ବିଭାଗ ସହାୟତାରେ ହାତୀ ଘଉଡାଇବା ପରେ ହାତୀପଲ ନିକଟସ୍ଥ ଗାଁ ଖଜୁର ପଦର ଚାଲି ଯାଇଥିଲେ । ହାତୀ ଯିବା ଜାଣି ପାରି ଖଜୁର ପଦର ଗାଁକୁ ଲାଞ୍ଜିଗଡ଼ ଫରେଷ୍ଟର ବୃଷବ ବେଶ୍ରା ଓ ବନ ବିଭାଗ କର୍ମଚାରୀ ମାନେ ଖଜୁରୀ ପଦର ଗାଁକୁ ଯାଇଥିଲେ । ସେତେବେଳକୁ ହାତୀପଲ ସୁବର୍ଣ୍ଣ ମାଝୀ ଓ ମେଣ୍ଡି ମାଝୀଙ୍କ ଘର ଭାଙ୍ଗୁଥିବା ଦେଖି ଘଉଡ଼ାଇ ଥିଲେ । ଝଜୁରୀ ପଦର ଗାଁର ସୁବର୍ଣ୍ଣ ମାଝୀଙ୍କ ଘର ଭାଙ୍ଗିବା ସହ ମେଡି ମାଝୀଙ୍କ ଘରକୁ ଭାଙ୍ଗି ଦେଇଥିଲେ । ଘରେ ଥିବା ଚାଉଳ, ଧାନ , ଆସବାପତ୍ର ପତ୍ର ନଷ୍ଟ କରିବା ସହ କପା ଓ କଦଳୀ ଗଛ ମଧ୍ୟ ଭାଙ୍ଗିଥିବା ଦେଖିବାକୁ ମିଳିଛି । ଲାଞ୍ଜିଗଡ଼ ଫରେଷ୍ଟର ବୃଷବ ବେଶ୍ରା ପୁଣି କ୍ଷତିଗ୍ରସ୍ତ ପରିବାର ପାଖକୁ ପହଁଚି କ୍ଷୟକ୍ଷତି ଆକଳନ କରିଛନ୍ତି । ଆଜିକୁ ୩ ବର୍ଷ ହେଲା ହାତୀପଲ ଘର ଭାଙ୍ଗୁଥିବା ବେଳେ ସରକାର ତରଫରୁ କୌଣସି ସାହାଯ୍ୟ ମିଳୁନଥିବା ଲୋକେ ପ୍ରକାଶ କରିଥଲେ । ( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ )

Exit mobile version