ଓଡ଼ିଶା ତାଜା ନ୍ୟୁଜ୍ (୧୪ ଅକ୍ଟୋବର ଗୁରୁବାର ) ରଣପୁର /ରିପୋର୍ଟ – ଅଭିମନ୍ୟୁ :- ଗତ ବର୍ଷ ଭଳି ଚଳିତ ବର୍ଷ କୋଭିଡ କଟକଣା ଅନୁସାରେ ଶକ୍ତି ପୀଠ ଗୁଡିକରେ ମହନବମୀ ପୂଜା ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି । ରଣପୁରର ଆରାଧ୍ୟାଦେବୀ ମା ମଣିନାଗ ଙ୍କ ପୀଠରେ ମାଆଙ୍କର ଷୋଳ ଦିନାତ୍ମକ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଖିଲାମୁଣ୍ଡା ଓ ଦୁର୍ଗା ମଣ୍ଡପରେ ଆଜି ନବମୀ ପୁଜା ଆରମ୍ଭ ହୋଇଛି । ରଣପୁର ଜଗନ୍ନାଥବଜାର ସ୍ଥିତ ଦୁର୍ଗାପୂଜା ମଣ୍ଡପ ଠାରେ ଜଗଦ୍ଧାତ୍ରୀ ଦେବୀ ମା ଦୁର୍ଗା ଙ୍କ ର ଦଶହରା ଉତ୍ସବ ୫୦ ବର୍ଷରୁ ଅଧିକ ବର୍ଷ ଧରି ପାଳିତ ହୋଇଆସୁଛି ।
ରଣପୁର ର ସମସ୍ତ ଜନସାଧାରଣଙ୍କର ଆନ୍ତରିକ ସହଯୋଗ ରେ ଦୀର୍ଘ ଦିନ ଧରି ଉକ୍ତ ଦୁର୍ଗା ପୂଜା ପାଳିତ ହୋଇଆସୁଛି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଣପୁରର ଦୁର୍ଗାପୂଜା କମିଟି ଓ ବଜାର କମିଟି ପକ୍ଷରୁ ମା ଙ୍କ ର ଶାରଦୀୟ ପୂଜା ଅନୁଷ୍ଠିତ ହୋଇଛି । ହଜାର ହଜାର ଭକ୍ତ ଙ୍କ ଗହଣରେ ପାଳିତ ହେଉଥିବା ଦୁର୍ଗା ପୂଜା ଚଳିତ ବର୍ଷ କୋଭିଡ଼ି କଟକଣାନୁସାରେ ପାଳିତ ହେଉଥିବା ଦେଖାଦେଇଛି । ଶକ୍ତିପୀଠ ଭଳି ଏଠାରେ ମଧ୍ୟ ସପ୍ତମୀ , ମହାଷ୍ଟମୀ ପୂଜା କରାଯାଇଥିବା ବେଳେ ଆଜି ମହାନବମୀ ଓ ଆସନ୍ତା କାଲି ମା ଙ୍କ ର ଦଶମୀ ପୂଜା ଅନୁଷ୍ଠିତ ହେବ ।
