ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ସପ୍ତାହ ପାଳନ

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଅକ୍ଟୋବର ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ “ପ୍ରଗତି ମହିଳା ସଙ୍ଗଠନ” ଆନୁକୁଲ୍ୟରେ ରେଳ ଷ୍ଟେସନ ପାର୍ଶ୍ୱରେ ଥିବା ସ୍ଥାନୀୟ ତାରା ତାରିଣୀ ମନ୍ଦିର ପରିସରରେ ଏକ କନ୍ୟା ସଚେତନତା କାର୍ଯ୍ୟକ୍ରମ ସହ ଗଜପତିଜିଲ୍ଳାର ଭକ୍ତି ସଙ୍ଗୀତ ପରିଷଦର କଣ୍ଠ ମାନଙ୍କ ଦ୍ଵାରା ଭକ୍ତିସଂଗୀତ ସମାରୋହ ଆୟୋଜିତ ହୋଇଥିଲା । ପ୍ରଗତିମହିଳା ସଙ୍ଗଠନ ର ସଭାନେତ୍ରୀ ଡି.ପ୍ରୀୟଙ୍କାଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ନରସିଂହ ଗୌଡ଼ , ମୁଖ୍ୟ ବକ୍ତା ଭାବେ ଜେ.ନର୍ମଦା ଦାଶ, ସ୍ଵତନ୍ତ୍ର ଅତିଥି ଭାବେ ଶ୍ରୀମତୀ ପୂର୍ଣ୍ଣବାସୀ ବେହେରା,ସମ୍ମାନିତ ଅତିଥି ମମତା ପାଢ଼ୀ,ଅନ୍ୟତମ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ,(ଗଜପତି) ର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା,ଗୁରୁ ନୃଷୀହ ପ୍ରସାଦ ପାଢ଼ୀ,ପ୍ରଭୃତି ଯୋଗ ଦାନ କରିଥିଲେ। ସମ୍ପାଦିକା ତନୁଜା ଶତପଥୀ ,ସନ୍ତୋଷ ବେହେରା, ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।  (ରିପୋର୍ଟ – ଗରୁଡ଼ଧ୍ଵଜ ଚୌଧୁରୀ )

Exit mobile version