ମାତିଲେ ଛେଳି ଚୋର

ଓଡ଼ିଶା ତାଜା ନ୍ୟୁଜ୍ ( ୧୩‌ ଅକ୍ଟୋବର , ବୁଧବାର ) ଓଡ଼ଗାଁ :- ଓଡ଼ଗାଁ ଆଦର୍ଶ ଥାନା ଅନ୍ତଗର୍ତ ଗିରିଡିପଲ୍ଲୀ ଗ୍ରାମରୁ ୨ ଗୋଟି ଛେଳି ସମେତ ୬ ଗୋଟି ମେଣ୍ଢି ଚୋରି ହୋଇଥିବା ଅଭିଯୋଗ ହୋଇଅଛି । ସୂଚନା ଅନୁଯାୟୀ ଗତ ୧୧ ତାରିଖ ବିଳମ୍ବିତ ରାତିରେ ଗିରିଡିପଲ୍ଲୀ ଗ୍ରାମ ତ୍ରିନାଥ ଗଉଡ଼ଙ୍କ ଗୁହାଳରୁ ୨ ଗୋଟି ଛେଳି ଏବଂ ଚିତ୍ତରଞ୍ଜନ ଗଉଡ଼ଙ୍କ ଗୁହାଳରୁ

୬ ଗୋଟି ମେଣ୍ଢି ଦୁଇଟି ବାଇକ ଯୋଗେ ଚୋରି କରୁ ନେଉଥିବା ସମୟରେ ଗ୍ରାମର କିଛି ଲୋକଙ୍କ ଶବ୍ଦ ଶୁଣି ଛତ୍ରଭଙ୍ଗ ଦେଇଥିଲେ । ଗ୍ରାମବାସୀମାନେ ଉକ୍ତ ବାଇକ ଦୁଇଟିକୁ ପିଛା କରିଥିଲେ ସୁଦ୍ଧା ତାହାର ଟେର ପାଇନଥିଲେ । ଶେଷରେ ନିରୁପାୟ ହୋଇ ଓଡ଼ଗାଁ ଆଦର୍ଶ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version