ପୁର ପଲ୍ଲୀରେ ପାଳିତ ହେଉଛି ଭାଇ ଜିଉନ୍ତିଆ ଓଷା , ଭାଇର ଶୁଭ ମନାସିଛି ଭଉଣୀ

ଓଡ଼ିଶା ତାଜା ନ୍ୟୁଜ (୧୨ ଅକ୍ଟୋବର ମଙ୍ଗଳବାର ) କଳାହାଣ୍ଡି :- ଜଗତ ଜନନୀ ଦୂର୍ଗାଙ୍କର ମହାସପ୍ତମୀ ନିତି ପୂଜା ମଣ୍ଡପ ମାନଙ୍କରେ ଚାଲିଥିବା ବେଳେ କଳାହାଣ୍ଡିର ଗାଁ ଗାଁ ରେ ଭାଇ ଜିଉନ୍ତିଆ ଓଷା ପାଳିତ ହେଉଛି। ଆଜି ଭାଇ ଜିଉନ୍ତିଆ ଓଷା ଥିବାରୁ ଭାଇ ଭଉଣୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ ପରିଲକ୍ଷିତ ହେଉଛି। ଅଶ୍ବିନ ସପ୍ତମୀ ତିଥି ସନ୍ଧ୍ୟା ସମୟରେ ଦେବୀ ଦୂର୍ଗାଙ୍କୁ ୨୧ ପ୍ରକାର ଫଳ, ସାତ ପ୍ରକାର ଫୁଲ, ଶହେ ଆଠ ଦୁବ, ନଡିଆ, ଅରୁଆ ଚାଉଳ, ଅଁଳା ଡାଳ, ଆଖୁ, ବେଲପତ୍ର ଆଦି ସହ ପୂଜା କରି  ଭାଇର ଦୀର୍ଘାୟୁ କାମନା କରିବା ସହ ମଙ୍ଗଳ ମନାସି ନିଷ୍ଠା ଓ କାଷ୍ଠା ସହ ଭାଇ ଜୀଇଁନ୍ତିଆ ବ୍ରତ ପାଳନ କରିଥାନ୍ତି ଭଉଣୀମାନେ।

ତା’ପର ଦିନ ଅର୍ଥାତ୍ ମହାଷ୍ଟମୀ ଦିନ ଦୁବ ଉତରାଇ ଭାଇକୁ ଜିଉନ୍ତା ପିନ୍ଧାଇଥାନ୍ତି । କଳାହାଣ୍ଡି ଜିଲ୍ଲାର ନର୍ଲା, କର୍ଲାମୁଣ୍ଡା, କେସିଙ୍ଗା, ମ.ରାମପୁର , ଲାଞ୍ଜିଗଡ଼, କଲମପୁର, ଥୁଆମୂଲ ରାମପୁର, କୋକସରା, ଜୟପାଟଣା, ଧର୍ମଗଡ, ଗୋଲାମୁଣ୍ଡା, ଜୁନାଗଡ଼, ଭବାନୀପାଟଣା ଆଦି ଅଞ୍ଚଳମାନଙ୍କରେ ଭକ୍ତିମୟ ପରିବେଶ ମଧ୍ୟରେ ଭାଇ ଜିଉନ୍ତିଆ ଓଷା ପାଳିତ ହୋଇଛି। ( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ )

Exit mobile version