Home ଓଡ଼ିଶା ରୋଟାରୀ କ୍ଲବ ତରଫରୁ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ରେ ଆନ୍ତର୍ଜାତୀୟ ଶିଶୁ କନ୍ଯା ଦିବସ ପାଳିତ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୧୨ ଅକ୍ଟୋବର , ମଙ୍ଗଳବାର ) ନୟାଗଡ଼ :- ନୟାଗଡ଼ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଆନ୍ତର୍ଜାତୀୟ ଶିଶୁ କନ୍ଯା ଦିବସ ରୋଟାରୀ କ୍ଲବ ତରଫରୁ ପାଳିତ ହୋଇ ଯାଇଛି । ରୋଟାରୀ କ୍ଲବର ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲାବେଳେ ରୋଟାରିଆନ ପ୍ରସନ୍ନ କୁମାର ବସନ୍ତିଆ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ଯ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ବସିରନ ବିବି ଯୋଗଦେଇ ଝିଅ ମାନେ ନିଜକୁ ଦୁର୍ବଳ ନ ଭାବିବା ପାଇଁ ପରାମର୍ଶ ଦେଇଥିଲାବେଳେ ସମ୍ମାନିତ ବକ୍ତା ଭାବେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ସମାଜବିଜ୍ଞାନ ଅଧ୍ଯାପିକା ରିଙ୍କୁ ଖାଡେଙ୍ଗା କନ୍ଯା ସନ୍ତାନ ଟିଏ ଜନ୍ମ ହେଲେ ପିତାମାତା ମନଦୁଃଖ କରୁଥିବା ବେଳେ ପୁତ୍ର ସନ୍ତାନ ଟିଏ ଜନ୍ମ ହେଲାବେଳେ ପିତା ମାତା ଖୁସି ମନାନ୍ତି । ଝିଅ ଟିଏ ପୁଅ ଠାରୁ କୌଣସି ଗୁଣ ରେ କମ୍ ନୁହଁ । ଏହି ପ୍ରକାର ହୀନ ମାନସିକତାକୁ ଦୂର କରିବା ପାଇଁ ଉପସ୍ଥିତ ଗୁରୁମା ଓ ଝିଅ ମାନଙ୍କ ନିମିତ୍ତ ବକ୍ତବ୍ଯ ରଖିଥିଲେ । ବିଦ୍ଯାଳୟର ନବମ ଶ୍ରେଣୀ ଛାତ୍ରୀ ବୈଭଶ୍ରୀ ପ୍ରିୟଦର୍ଶିନୀ ଓ ଏଚ୍ ଏ ଶାଶ୍ବତୀ ଭାଷଣ ଦେଇ ଝିଅ ମାନଙ୍କ ସୁରକ୍ଷା ପାଇଁ ନିବେଦନ କରିଥିଲେ । ପରିଶେଷରେ ରୋଟାରିଆନ ଲକ୍ଷ୍ମୀନାରାୟଣ ରଥ ଧନ୍ଯବାଦ ଅର୍ପଣ କରିଥିଲେ । ( ରିପୋର୍ଟ – ରାମକୃଷ୍ଣ ରଥ ) Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଉଦଘାଟିତ - ବିଜ୍ଞାନର ପ୍ରଗତିରେ ଦେଶର ଉନ୍ନତି by Proprietor Abhimanyu Maharana November 8, 2026 ଦୁଲାଖାପାଟଣା ଷ୍ଟେସନରେ ଫାଷ୍ଟ ପାସେଞ୍ଜର୍ ରହିବାପାଇଁ ରେଳବାଇର ପ୍ରତିଶ୍ରୁତି ରେଳଯାତ୍ରୀ ସଂଘର ଗଣଧାରଣା ପ୍ରତ୍ୟାହୃତ by Proprietor Abhimanyu Maharana November 8, 2026 ନିଜ ମାଟିକୁ ଫେରାଇ ଆଣିବାରେ ସଫଳ ହେଲା ଜିଲ୍ଲା ପ୍ରଶାସନ : ଭୋଟ ଦେବାରୁ ଓହରିଲେ ଝୁମଡାଙ୍ଗବାସୀ, ଗ୍ରାମରେ ସ୍ୱତନ୍ତ୍ର ସେବା ଶୁଣାଣି ଶିବିର ଅନୁଷ୍ଠିତ by Proprietor Abhimanyu Maharana November 6, 2026 ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଉଦଯାପିତ by Proprietor Abhimanyu Maharana November 6, 2026 ପାଞ୍ଚଦଫା ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ by Proprietor Abhimanyu Maharana November 6, 2026 ଅବକାରୀ ଧରପଗଡ: ବିଦେଶୀ ମଦ ଜବତ, ଅନୁମତି ନ ଥାଇ ଦେଶୀ ମହୁଲି ମଦ ବିକ୍ରି ଉପରେ ବିଭାଗ ନିଦାବିଷ୍ଣୁ ସାଜିଛି by Proprietor Abhimanyu Maharana November 6, 2026