ଓଡ଼ିଶା ତାଜା ନ୍ୟୁଜ (୧୧ ଅକ୍ଟୋବର ସୋମବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ମୋହନା ଥାନା ଅଞ୍ଚଳରୁ ୭୧୯କେଜି ଭାଙ୍ଗ ଓ ୧୧୫କେଜି ଗଞ୍ଜେଇ ଚାଲାଣ ବେଳେ ଜବତ ହୋଇଛି । ସେହିପରି ଅଡବା ଥାନା ଅଞ୍ଚଳରୁ ୫୧ କେଜି ଗଞ୍ଜେଇ ଚାଲାଣ ବେଳେ ଜବତ କରାଯାଇଛି । ଘଟଣାରୁ ପ୍ରକାଶ ଯେ କମଳାପୁର ଚେକ୍ ଗେଟ୍ ଠାରେ ମୋହନା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ ମିନି ଟ୍ରକରୁ ୭୧୯କେଜି ଭାଙ୍ଗ ଜବତ କରାଯାଇଛି । ଏହି ଘଟଣାରେ ପୋଲିସ କାହାକୁ ଗିରଫ କରି ନାହିଁ ଏନେଇ ମୋହନା ଥାନାରେ ୧୮୯/୨୧ରେ ମକଦ୍ଦମା ରୁଜୁ ହୋଇଛି । ସେହିପରି ମୋହନାରୁ ବରଗଡ ରାସ୍ତାରେ ପୋଲିସ ପେଟ୍ରୋଲିଂ ବେଳେ ଏକ କାରରୁ ୧୧୫କେଜି ଗଞ୍ଜେଇ ଜବତ ହୋଇଛି ଏଥିରେ ମଧ୍ୟ ପୋଲିସ କାହାକୁ ଗିରଫ କରିପାରି ନାହାଁନ୍ତି ।
ଏ ନେଇ ମୋହନା ଥାନାରେ ୧୯୦/୨୧ରେ ମାମଲା ରୁଜୁ ହୋଇଛି । ଗଜପତି ଜିଲ୍ଲାର ଅଡବା ଥାନାର ବେଙ୍ଗମା ଛକ ଠାରେ ଓଡି୩୩ଆର ୩୮୨୫ ନମ୍ବର ବିସିଷ୍ଟ ଏକ ଅଟୋରେ ୫୧ କେଜି ୬୦୦ଗ୍ରାମ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅଡବା ପୋଲିସ ଜବତ କରିଛନ୍ତି । ଏହି ଚୋରା ଚାଲାଣରେ ସଂପୃକ୍ତ ସୁନିତ ପାଲ,ଜୁନେଶ ନାୟକ,ରାଜିବ ମାଳୀ,ସାନ୍ତା ନାୟକ ଏବଂ ରସନ୍ତା ନାୟକ ପ୍ରମୁଖ ୫ଜଣକୁ ଗିରଫ କରାଯାଇଛି । ଏ ନେଇ ଅଡବା ଥାନାରେ ୧୦୭/୨୧ରେ ମକଦ୍ଦମା ରୁଜୁ ହୋଇଥିବା ଅଡବା ଥାନାଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୁଚନା ଦେଇ କହିଛନ୍ତି,ଗିରଫ ୫ଜଣକୁ ଆଜି କୋର୍ଟକୁ ଚାଲାଣ କରାଯାଇଛି (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
