ବୀର ଶହୀଦ ମାନଙ୍କ ଗ୍ରାମ ଥୁଆବାରୀ ରେ ୮୦ ତମ ପ୍ରଜା ମଣ୍ଡଳ ଶହୀଦ ଶ୍ରାଦ୍ଧ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଅକ୍ଟୋବର ରବିବାର ) ନୂଆଗାଁ :-  ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରା ଢିପି ପଞ୍ଚାୟତ ଅଧିନରେ ଥିବା ଶହୀଦ ଙ୍କ ଗ୍ରାମ ଥୁଆଵାରୀ ରେ ୮୦ ତମ ପ୍ରଜା ମଣ୍ଡଳ ଶହୀଦ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।ନୂଆଗାଁ ବ୍ଲକ୍ ବିଡ଼ିଓ ପ୍ରମୋଦ କୁମାର ନାୟକ ଙ୍କ ସଭାପତିତ୍ୱ ରେ  ଅନୁଷ୍ଠିତ ଶ୍ରାଦ୍ଧ ଦିବସ ପାଳନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶହୀଦ ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ତତ୍ ସହିତ ବୀରତ୍ୱର ଗାଥା ବର୍ଣ୍ଣନା କରିଥିଲେ ।

ଆଗାମୀ ଦିନରେ ଗ୍ରାମ ର ଯଥେଷ୍ଟ ବିକାଶ କରାଯିବ ବୋଲି ବିଧାୟକ କହିଥିଲେ।ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍, ତହସିଲଦାର ପ୍ରଳୟ ନନ୍ଦ ଶତପଥୀ ,ଗ୍ରାମ ସଭାପତି ଯୋଗ ଦେଇଥିବା ବେଳେ ଗ୍ରାମ ର ପୂର୍ବତନ ସଭାପତି ବିଜୟ କୁମାର ସାହୁ ବିବରଣୀ ପାଠ କରିଥିଲେ।ଏହି ଗ୍ରାମ ରେ ୬୨ ଜଣ ସ୍ବାଧୀନତା ସଂଗ୍ରାମୀ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢେଇ କରି ଶହୀଦ ହୋଇଥିଲେ।ସେହିପରି ଭାବେ କୁସବିଡା ଗ୍ରାମ ରେ ଶହୀଦ କଷ୍ଟି ଡାକୁଆ ଙ୍କ ୭୯ ତମ ବଳିଦାନ ଦିବସ ପାଳିତ ହୋଇଯାଇଛି ।

Exit mobile version