Home ଓଡ଼ିଶା ନୟାଗଡ଼ରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁ ନେଇ ଟାଉନ ହଲ୍ ବୈଠକ ଅନୁଷ୍ଠିତ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୦୯ ଅକ୍ଟୋବର ,ଶନିବାର ) ନୟାଗଡ଼ :- ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ନେଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୟାଗଡ଼ ଜିଲ୍ଲାର ୫୫ ଜଣ ୧୦୮ କର୍ମଚାରୀ ମାନେ ଯୋଗ ଦେଇଛନ୍ତି । ଉକ୍ତ ବୈଠକ ରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ କିପରି ସୁରକ୍ଷିତ ଭାବରେ ଏବଂ ଟ୍ରାଫିକ ନିୟମ ମାନି ଗାଡ଼ି ଚଲାଇବେ, ରୋଗୀ ମାନଙ୍କୁ ସଠିକ୍ ସମୟରେ ଡ଼ାକ୍ତରଖାନାରେ ପହଂଚାଇପାରିବେ ସେଥି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିକିତ୍ସା ହେଲଥ କେୟାର ଲିମିଟେଡ଼ର ହେଡ଼ ଅଫ ଗଭମେଂଟ ବିଜନେସ୍, ଶ୍ରୀ ଚନ୍ଦନ ଦତ୍ତା, ଓଡ଼ିଶା ରାଜ୍ୟ ମୁଖ୍ୟ, ଶ୍ରୀଯୁକ୍ତ ସବ୍ୟସାଚ୍ଚୀ ବିଶ୍ୱାଳ, ମାନବ ସମ୍ବଳ ବିକାଶ ମୁଖ୍ୟ, ଶ୍ରୀ ଦୀପକ ଶ୍ରୀବାସ୍ତବ, ଅପରେସନ ହେଡ଼୍, ଶ୍ରୀ ରାଜୀବ ଦାଶ, ଅପରେସନ ମ୍ୟାନେଜର, ଶ୍ରୀ ଦେବାଶିଷ ନରେନ୍ଦ୍ର, ଆସିଷ୍ଟାଂଟ ଅପରେସନ ମ୍ୟାନେଜର, ଶ୍ରୀ ଜ୍ଞାନରଂଜନ ମହାପାତ୍ର, ଆସିଷ୍ଟାଂଟ ମେଣ୍ଟେନାନ୍ସ ମ୍ୟାନେଜର, ଶ୍ରୀ ବିଭୂତି ଦାଶ ଏବଂ କ୍ଲଷ୍ଟର ଲିଡ଼ର ଶ୍ରୀ ସୁଷାନ୍ତ କୁମାର ସଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ଶ୍ରୀ ଦତା ୧୦୮ ଆମ୍ବୁଲାନ୍ସର ସୁପରିଚାଳନା ଏବଂ ସେବା ପ୍ରତି ପ୍ରତିବଦ୍ଧତା ଉପରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଉପସ୍ଥିତଥିବା କର୍ମଚାରୀ ମାନଙ୍କ ମଧ୍ୟୁ ପାଇଲଟ, ଶ୍ରୀ ଚିତରଂଜନ ଦାଶ, ଇ.ଏମ.ଟି , ଶ୍ରୀ ସିଲୁ ସାହୁ ଏବଂ ଶ୍ରୀ ପ୍ରସାଦ ରଂଜନ ଫତେସିଂ ଏବଂ ଆଟେଣ୍ଡାଟ, ମନୋଜ କୁମାର ଜାନୀଙ୍କୁ ତାଙ୍କର ଉକ୍ତୃଷ୍ଟ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା । ଏହା ସହିତ କୌଣସିବି ଗରିବ ତଥା ଅଧ୍ୟୁଷିତ ଅଂଚଳର ରୋଗୀ ଯେପରି ୧୦୮ ଆମ୍ବୁଲାନ୍ସ ସେବାରୁ ବଂଚିତ ନହୁଏ ସେଥିପ୍ରତି ମଧ୍ୟ କର୍ମଚାରୀ ମାନଙ୍କୁ ଦୃଷ୍ଟି ଦେବାକୁ ପ୍ରଶିକ୍ଷଣ ଦିଆଯାଇଛି । ( ରିପୋର୍ଟ – ରାମକୃଷ୍ଣ ରଥ ) Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026