ବରଗଡ ସାଇନ୍ସ ଇନଷ୍ଟିଚ୍ୟୁଟରେ ମୁଖ ଓ ଦାନ୍ତ ସ୍ବଚ୍ଛତା ଉପରେ ସେମିନାର

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଅକ୍ଟୋବର ,ଶନିବାର ) ବରଗଡ :- ସ୍ଥାନୀୟ ବରଗଡ ସାଇନ୍ସ ଇନଷ୍ଟିଚ୍ୟୁଟରେ ମୁଖ ଓ ଦାନ୍ତ ଜନିତ ସ୍ବଚ୍ଛତା ଉପରେ ଏକ ସେମିନାର ବା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବରଗଡ ସାଇନ୍ସ ଇନଷ୍ଟିଚ୍ୟଟର ଅଧ୍ୟକ୍ଷ ବିକାଶ ସେନ ଙ୍କ ପୌରହିତ୍ୟ ରେ ହୋଇଥିବା ଏହି ସେମିନାର ରେ ବରଗଡ ସାଇ ମଲ୍ଟି ସ୍ପେଶାଲିଟୀ ହସ୍ପିଟାଲ୍ ର ଡ. ଅର୍ଚ୍ଚନା ଅଗ୍ରୱାଲ ବିଶେଷଜ୍ଞ ଭାବରେ ଯୋଗ ଦେଇ ଉପରୋକ୍ତ ବିଷୟ ଉପରେ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଆଲୋକପାତ କରିଥିଲେ।ଏଥିରେ ବରଗଡ ଲାୟନ୍ସ ରୋସନୀ କ୍ଲବ ର ସଦସ୍ୟ ମାନେ, ବରଗଡ ସାଇନ୍ସ ଇନଷ୍ଟିଚ୍ୟୁଟର ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ।ବରଗଡ ସାଇନ୍ସ ଇନଷ୍ଟିଚ୍ୟୁଟର ପାଖାପାଖି ୨୦୦ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।  (ରିପୋର୍ଟ – ସତ୍ୟ ନାରାୟଣ ପ୍ରଧାନ )

Exit mobile version