ଚାନ୍ଦପୁର ଜୋନ୍ କନ୍ଧନୟାଗଡଠାରେ ଯୁବନେତା ସୁଧାଂଶୁ ଶେଖର ପ୍ରଧାନଙ୍କ ନେତୃତ୍ୱରେ ମାସ୍କ୍,ସାବୁନ୍ ବଣ୍ଟନ

ନୟାଗଡ ଜିଲ୍ଲା ଚାନ୍ଦପୁର ଜୋନ୍ , ରିପୋର୍ଟ /ସୋନାଲି ( ଓଡିଶା ତାଜା ନ୍ୟୁଜ୍‌ ) ମାସ୍କ୍,ସାବୁନ୍ ବଣ୍ଟନ, ୨୫ ଏପ୍ରିଲ, ଶନିବାର :- ଆଜି ନୟାଗଡ ଜିଲ୍ଲା ଚାନ୍ଦପୁର ଜୋନ୍ କନ୍ଧନୟାଗଡଠାରେ ଯୁବନେତା ସୁଧାଂଶୁ ଶେଖର ପ୍ରଧାନଙ୍କ ନେତୃତ୍ୱରେ କନ୍ଧନୟାଗଡ, ଚାନ୍ଦପୁର ଓ ଚମ୍ପାଗଡ ବିଜୁ ଯୁବଜନତା ଦଳର ସଦସ୍ୟମାନେ ମାସ୍କ୍,ସାବୁନ୍ ବଣ୍ଟନ କରି ସାନିଟାଇଜରରେ କିଭଳି ହାତକୁ ସଫା ରଖିବା ଶିଖାଇବା ସହିତ କୋରୋନା ବିରୁଦ୍ଧରେ ଲଢ଼ିବାକୁ ଲୋକମାନଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ରଣପୁର ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ,ଚାନ୍ଦପୁର ଥାନା ଅଧିକାରୀ ଧନେଶ୍ୱର ନାହାକ,

ଚାନ୍ଦପୁର କୋଭିଡ୍-୧୯ ହସ୍ପିଟାଲର ମୁଖ୍ୟ ଡା. ଡି ସୁରିଆ ରାଓ, ନୟାଗଡ ବିଜୁ ଯୁବଜନତା ଦଳର ସାଧାରଣ ସମ୍ପାଦକ ସ୍ଵର୍ଣ୍ଣ ପ୍ରକାଶ ରାଉତରାୟ ଏବଂ ଡ଼ା. ବିଶ୍ୱଜିତ୍ ମହାପାତ୍ର (R.B.S.K.,Sunakhala)ଙ୍କୁ କନ୍ଧନୟାଗଡ ସରପଞ୍ଚ ଅରୁଣ କୁମାର ସୁବୁଦ୍ଧି ଏବଂ ସୁଧାଂଶୁ ଶେଖର ପ୍ରଧାନ ଉତ୍ତରୀୟ ଦେଇ କୋରୋନା ଯୋଦ୍ଧା ଭାବରେ ସମ୍ମାନିତ କରିଥିଲେ।ଏହି କାର୍ଯ୍ୟକ୍ରମରେ କୃଷ୍ଣ ଗୋପାଳ ବାଚସ୍ପତି,ସୁଧାଂଶୁ ଶେଖର ଆଚାର୍ଯ୍ୟ,ଜଳନ୍ଧର ମହାରଣା,ସୁଧାଂଶୁ ଦାସଙ୍କ ସମେତ ଦଳର ଅନ୍ୟାନ୍ୟ ବରିଷ୍ଟ ସଦସ୍ୟମାନେ ଯୋଗଦାନ କରି ୫୦୦ରୁ ଉର୍ଦ୍ଧ୍ବ ମାସ୍କ ଏବଂ ସାବୁନ୍ ବଣ୍ଟନ କରିଥିଲେ ।

Exit mobile version