ଭୁବନେଶ୍ୱର, ରିପୋର୍ଟ /ସୋନାଲି ( ଓଡିଶା ତାଜା ନ୍ୟୁଜ୍ ) ନକଲି ଆଇପିଏସ୍ ଅଫିସର ,୨୫ ଏପ୍ରିଲ, ଶନିବାର :- ‘ହାଲୋ ମୁଁ ୨୦୧୮ ବ୍ୟାଚ୍ର ଆଇପିଏସ୍ ଅଫିସର ଶର୍ମିଷ୍ଠା କହୁଛି । ମୁଁ କୋଭିଡ୍-୧୯ ଡ୍ୟୁଟିରେ ସେଣ୍ଟ୍ରାଲ ଡେପୁଟେଶନରେ ଭୁବନେଶ୍ୱର ଆସିଛି । ମୋ ପାଇଁ ଗାଡି, ଘର, ଚାକର, ରାଶନ ଦରକାର ।’ କମିଶନରେଟ ପୋଲିସକୁ ଏଭଳି ଫୋନ୍ କରି ନାକେଦମ୍ କରିଥିବା ଜଣେ ନକଲି ମହିଳା ଆଇପିଏସ୍ ଅଫିସର ଶୁକ୍ରବାର ଧରାପଡିଛନ୍ତି । ତାଙ୍କ ନିକଟରୁ ଅସଲି ପୋଲିସ ପୋଷାକ, ନକଲି ବନ୍ଧୁକ, ଆଇପିଏସ୍ ବ୍ୟାଜ୍, ପରିଚୟପତ୍ର ମିଳିଛି । ଏଥିସହ ତାଙ୍କ ମୋବାଇଲ୍ ଫୋନ୍କୁ ଜବତ କରାଯାଇଛି । ପୋଲିସ ଚାକିରି କରିଥିବା ସ୍ବାମୀ ଓ ଭାଇଙ୍କ ବଦଳି ପାଇଁ ସେ ଏପରି ନାଟକ ରଚିଥିବା ଜଣାପଡିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଉକ୍ତ ମହିଳାଙ୍କ ଘର ଖୋର୍ଦ୍ଧା ଜିଲା ବାଲୁଗାଁ ଅଞ୍ଚଳରେ ହୋଇଥିବାବେଳେ ସେ ଭୁବନେଶ୍ୱର ଫରେଷ୍ଟ ପାର୍କ ଅଞ୍ଚଳରେ ରହୁଛନ୍ତି । ତାଙ୍କ ସ୍ବାମୀ ଓ ଭାଇ ପୋଲିସ ଚାକିରି କରିଛନ୍ତି । ସ୍ବାମୀ କୋରାପୁଟରେ ଅବସ୍ଥାପିତ ଥିବାବେଳେ ଭାଇ ମଧ୍ୟ ଦୂରରେ କାର୍ଯ୍ୟରତ । ମହିଳା ଜଣକ ଗର୍ଭବତୀ ଅଛନ୍ତି । ତେଣୁ ସେ ନିଜକୁ ଜଣେ ଆଇପିଏସ୍ ଅଫିସର ପରିଚୟ ଦେଇ ଜଣେ କନ୍ଷ୍ଟେବଳଙ୍କ ବଦଳି ଓ ଲକ୍ଡାଉନ୍ ଡ୍ୟୁଟିକୁ କୋହଳ କରିବାକୁ ବହୁ ପୋଲିସ ଅଧିକାରୀଙ୍କୁ ଫୋନ୍ କରି ଚାପ ପକାନ୍ତି । ଏପରିକି ସେମାନଙ୍କୁ ଖରାରେ ଡ୍ୟୁଟି ନ ଦେବାକୁ ଧମକ ଦିଅନ୍ତି। ଏହାକୁ ନେଇ କିଛିଦିନ ହେବ ଅନେକ ପୋଲିସ ଅଧିକାରୀ ଅସ୍ତବ୍ୟସ୍ତ ହୋଇପଡିଥିଲେ । ଶେଷରେ ସନ୍ଦେହ ହେବାରୁ ତାଙ୍କ ଫୋନ୍ ନମ୍ବରକୁ ଟ୍ରେସ୍ କରାଯିବା ପରେ ସେ ଆଇପିଏସ୍ ଅଫିସର ନ ଥିବା ଜଣାପଡିଥିଲା । ଶୁକ୍ରବାର ରିଜର୍ଭ ଇନ୍ସପେକ୍ଟର ବିଜୟ ରତ୍ନ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଟିମ୍ ଫରେଷ୍ଟ ପାର୍କ ନିକଟ ଘରୁ ତାଙ୍କୁ ଧରି ଥାନାକୁ ଆଣି ପଚରାଉଚରା କରିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଥିଲା । ତାଙ୍କ ଘରୁ ବିଭିନ୍ନ ନକଲି ସାମଗ୍ରୀ ଓ ମୋବାଇଲ୍ ଫୋନ୍ ଜବତ କରାଯାଇଥିଲା। ଅଧିକ ତଦନ୍ତ ପରେ ତାଙ୍କ ଫେସବୁକ୍ ଆକାଉଣ୍ଟରେ ମଧ୍ୟ ଓଡ଼ିଶା ପ୍ରଶାସନିକ ସେବାରେ ସେ ଚାକିରି କରିଥିବା ମିଛ ପୋଷ୍ଟ କରିଥିବା ଦେଖିବାକୁ ମିଳିଥିଲା । ହେଲେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିବା ବଦଳରେ ସିଆର୍ପିସି ୪୧ରେ ନୋଟିସ ଦେଇ ଛାଡିଥିବା ଜଣାପଡିଛି ।
ଅସଲି ପୋଷାକରେ ନକଲି ଆଇପିଏସ୍ ଅଫିସର ଧରାପଡିଲେ..

- Categories: Uncategorized, ଅପରାଧ, ଓଡ଼ିଶା, ଦେଶ, ହୋମ୍
Related Content
ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ
by
Proprietor Abhimanyu Maharana
September 14, 2026
ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ
by
Proprietor Abhimanyu Maharana
September 14, 2026
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ
by
Proprietor Abhimanyu Maharana
September 14, 2026
ଜିଲ୍ଲା ବିଜ୍ଞାନ ନାଟକ ପ୍ରତିଯୋଗିତା ରେ ଚିଲିକା ବ୍ଲକ କୁ ଶ୍ରେଷ୍ଠ ପାଣ୍ଡୁଲିପି, ଶ୍ରେଷ୍ଠ ଅଭିନେତା ପୁରସ୍କାର
by
Proprietor Abhimanyu Maharana
September 13, 2026
ଚିଲିକା ବ୍ଲକରେ ବିଦ୍ୟାଳୟ ସ୍ତରୀୟ ଚକ୍ଷୁ ସ୍ୱାସ୍ଥ୍ୟ ତାଲିମ ଶିବିର
by
Proprietor Abhimanyu Maharana
September 13, 2026