ଅସୁରକ୍ଷିତ ଅବସ୍ଥାରେ ଅଂଶୁପା ଡିଗ୍ରୀ ମହାବିଦ୍ୟାଳୟ

ଓଡ଼ିଶା ତାଜା ନ୍ୟୁଜ୍ (୦୬ ଅକ୍ଟୋବର ବୁଧବାର) ବାଙ୍କୀ :-   ବାଙ୍କୀ ବ୍ଲକ ଅନ୍ତର୍ଗତ ସରଣ୍ଡା ଅଞ୍ଚଳରେ ୧୯୯୩ମସିହାରେ ଅଂଶୁପା +୩ଡ୍ରିଗୀ ମହାବିଦ୍ୟାଳୟ ସ୍ଥାପିତ ହୋଇଥିଲା । ସ୍ଥାପିତ ହେବାର ୨୮ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ମହାବିଦ୍ୟାଳୟର ସୁରକ୍ଷା ପାଇଁ ଚତୁଃ ପାଶ୍ୱର୍ରେ ପାଚେରୀ ନିର୍ମାଣ କରାଯାଇ ନାହିଁ । ଏହି ମହାବିଦ୍ୟଳୟଟି ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କଲେଜର ବିଶେଷ ଉନ୍ନତି ହୋଇ ନାହିଁ ।କଟକ ୪୨କିମି ଓ ଭୁବନେଶ୍ୱର ୫୪ ନିକଟରେ ଥିବା ଏହି ମହାବିଦ୍ୟାଳୟ ଅବସ୍ତିତ ରାଜ୍ୟ ସରକାର ଙ୍କ ଦ୍ଵାରା ଅବହେଳିତ ହୋଇଥିବା ସାଧାରଣ ରେ ପ୍ରଶ୍ନ।ଏହାର ଚତୁପାଶ୍ୱର୍ରେ ପାଚେରୀ ନଥିବାରୁ କଲେଜ ଛୁଟି ପରେ ମଦ୍ୟପ ଓ ଅସାମାଜିକ ବ୍ୟକ୍ତିମାନଙ୍କର କଲେଜ ପରିସର ଆଡାସ୍ଥଳୀରେ ପରିଣତ ହୋଇଛି । ଏହି ମହାବିଦ୍ୟାଳୟକୁ କୌଣସି ସ୍ଥାୟୀ ରାସ୍ତା ନଥିବାରୁ ବର୍ଷା ସମୟରେ ରାସ୍ତାରେ ପାଣି ଜମୁଛି । ଫଳରେ ଛାତ୍ରଛାତ୍ରୀମାନେ ଯିବା ଆସିବାରେ ଅସୁବିଧା ଦେଖାଯିବା ସହ ଦୁର୍ଘଟଣା ଘଟି ସେମାନେ କ୍ଷତବିକ୍ଷତ ହେଉଥିବାର ଜଣାପଡିଛି ।

ମହାବିଦ୍ୟାଳୟ ସଂଲଗ୍ନ ଓ ପଛପଟେ ସରଣ୍ଡା ସଂରକ୍ଷିତ ପାହାଡ ଥିବାରୁ ବହୁ ବନ୍ୟଜନ୍ତୁ ଚଳପ୍ରଚଳ କରୁଥିବା ଯୋଗୁଁ ଛାତ୍ରଛାତ୍ରୀଓ କର୍ମଚାରୀମାନଙ୍କ ନିରାପତ୍ତା ପ୍ରତି ବିପଦ ଦେଖାଦେଇଛି । ବିଦ୍ୟାଳୟ ପରିସରରେ ଗୋଟିଏ ମାତ୍ର ନଳକୂପ ଥିଲେ ମଧ୍ୟ ତାହା ପାନୀୟ ଉପଯୋଗୀ ନୁହେଁ । କଲେଜ ପରିସରରେ ସାଇକେଲ ଷ୍ଟାଣ୍ଡ୍ ନଥିବାରୁ ଛାତ୍ରଛାତ୍ରୀମାନେ ଖରାରେ ବାହାରେ ସାଇକେଲ ରଖୁଛନ୍ତି ଏବଂ କେତକ ସମୟରେ ସେଠାରୁ ସାଇକେଲ ଚୋରୀ ହେଉଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରୁଛନ୍ତି । ମହାବିଦ୍ୟାଳୟ ପରିସରରେ ଶୌଚାଳୟ ନଥିବାରୁ ମଳତ୍ୟାଗ ଓ ପରିଶ୍ରା ନିମନ୍ତେ ଖୋଲା ପଡିଆକୁ ସେମାନେ ଯାଉଥିବା ଜଣାପଡିଛି । ରାଜ୍ୟ ସରକାର ଙ୍କ ବାହ୍ୟ ମଳମୂତ୍ର ଓ ସ୍ଵଛ ଭାରତ କାର୍ଯ୍ୟକ୍ରମ ଏଠାରେ ଫେଲ ମରିଛି।ଏ ସଂପର୍କରେ କଲେଜ ଅଧ୍ୟକ୍ଷା ସୁଜାତା ମହାନ୍ତିଙ୍କୁ ପଚାରିବାରେ ସେ କହିଲେ ଯେ କଲେଜର ସମସ୍ୟା ସଂପର୍କରେ ବାରମ୍ବାର ଉଚ୍ଚକର୍ତ୍ତୁପକ୍ଷଙ୍କୁ ଅବଗତ କରାଯାଇଛି କିନ୍ତୁ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ ।ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟା ର ସମାଧାନ କରିବାକୁ ବହୁ ବୁଦ୍ଧି ଜୀବୀ ଦାବି କରିଛନ୍ତି।

Exit mobile version