ଜାତୀୟସ୍ତରରେ ସମ୍ମାନିତ ହେଲେ – ଶିକ୍ଷକ ବିଦ୍ୟାଧର ଖଟୁଆ

 ଓଡ଼ିଶା ତାଜା ନ୍ୟୁଜ୍ (୦୬ ଅକ୍ଟୋବର ବୁଧବାର) ବାଙ୍କୀ :- ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ କୁସୁନ୍ଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ବିଦ୍ୟାଧର ଖଟୁଆ ମହାରାଷ୍ଟ୍ରର ନାଗପୁର ଠାରେ ଅନୁଷ୍ଠିତ ଶିକ୍ଷକ ଦିବସ ସମ୍ମିଳନୀ ୨୦୨୧ ଅବସରରେ ଆଦର୍ଶ ଶିକ୍ଷକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସମତା ସାହିତ୍ୟ ଏକାଡେମୀ ତରଫରୁ ହୋଟେଲ ହାରଡିଓରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମତା ସାହିତ୍ୟ ଏକାଡେମୀର ମୁଖ୍ୟ ଉପଦେଷ୍ଟା ରାମଦାସ ଟାଡାସ୍, ଜାତୀୟ ସଭାପତି ଡ଼ଃ ବି.ଏସ୍.ତାଣ୍ଡେକର ଓ ଓଡ଼ିଶା ମୁଖ୍ୟ ବାହାଦୂର ପାଟ୍ଟଶାଣୀ ଅତିଥି ରୂପେ ଯୋଗଦେଇ ଥିଲେ । ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଭାରତର ବିଭିନ୍ନ ରାଜ୍ୟରୁ ମନୋନୀତ ଶିକ୍ଷକ ମାନଙ୍କୁ ପ୍ରତିବର୍ଷ ସମ୍ମାନଜନକ ଜାତୀୟ ଆଦର୍ଶ ଶିକ୍ଷକ ସମ୍ମାନ ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ଓଡ଼ିଶାରୁ ଶିକ୍ଷକ ବିଦ୍ୟାଧର ଖଟୁଆଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।

ଶ୍ରୀଯୁକ୍ତ ଖଟୁଆ ଜଣେ ଆଦର୍ଶ ଶିକ୍ଷକ, କବି, ଲେଖକ, ଗାଳ୍ପିକ, ସମାଜସେବୀ ଓ ପ୍ରକୃତିପ୍ରେମୀ ଭାବେ ଅଞ୍ଚଳରେ ଓ ରାଜ୍ୟ ରେ ନିଜ ପ୍ରତିଷ୍ଠା ହାସଲ କରିଛନ୍ତି । ପୂର୍ବରୁ ସେ ଓଡ଼ିଶାର ଅନେକ ଅନୁଷ୍ଠାନ ତରଫରୁ ସମ୍ମାନିତ ଓ ବିଭିନ୍ନ ଉପାଧିରେ ଭୂଷିତ ହୋଇଛନ୍ତି । ଓଡ଼ିଶାର ସର୍ବପୁରାତନ ଦୈନିକ ଖବରକାଗଜ ସମାଜର ଶତବାର୍ଷିକ ଉତ୍ସବ ପାଳନ ଅବସରରେ ସେ ମହାଶୟଙ୍କୁ ଆଦର୍ଶ ଶିକ୍ଷକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ନିମନ୍ତେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ, ଓଡ଼ିଶା ତରଫରୁ ପ୍ରକୃତିବନ୍ଧୁ ପୁରସ୍କାର, ସାହିତ୍ୟ କ୍ଷେତ୍ରରେ ମଧ୍ୟ କବିରତ୍ନ ଉପାଧି ସେ ହାସଲ କରିଛନ୍ତି । ତାଙ୍କ ସମ୍ପାଦନାରେ ମଧ୍ୟ ଏକ ଆଧ୍ୟାତ୍ମିକ ପତ୍ରିକା ପୂର୍ଣ୍ଣକୁମ୍ଭ ପ୍ରତିବର୍ଷ ପ୍ରକାଶିତ ହେଉଅଛି।

ତାଙ୍କର ଏହି ଜାତୀୟ ସ୍ତର ପୁରସ୍କାର ଲାଭ ରେ କୁସୁନ୍ଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଞ୍ଜୟ କୁମାର ତ୍ରିପାଠୀ,ବାଙ୍କୀ ଡମପଡା ବ୍ଲକ୍ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା, ବାଙ୍କୀ ଡମପଡା ବ୍ଲକ୍ ଶିକ୍ଷକ ସଂଘ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବାହାଦୂର ପାଟ୍ଟଶାଣୀ, ବାଙ୍କୀ ସମ୍ବାଦ ସାହିତ୍ୟ ଘର ସଭାପତି ଭୀମସେନ ନାୟକ, ପର୍ବତେଶ୍ୱର ସାହିତ୍ୟ ସଂସଦ ର ସଭାପତି ପ୍ରଫୁଲ୍ଲ କୁମାର ସାହୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବିଜୟ କୁମାର ନାଥ, ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ କାମଦେବ ମହାପାତ୍ର, ଗୋଡିସାହି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତ୍ରିଲୋଚନ ଜେନା ,ସାମ୍ବାଦିକ ଗୌତମ ମିଶ୍ର, ଅଦ୍ଵୈତ ଫାଉଣ୍ଡେସନ ର ଅଧ୍ୟକ୍ଷ ନଳୀନ ରାୟ ,ବରିଷ୍ଠ ସାମ୍ବାଦିକ ଅରବିନ୍ଦ ବୀରବର ହରିଚନ୍ଦନ ,ବାଙ୍କୀ ମହାବିଦ୍ୟାଳୟ ର ପ୍ରାଧ୍ୟାପକ ମନୋଜ ମହାପାତ୍ର ଓ ବାଙ୍କୀ ର ବିଭିନ୍ନ ଅଞ୍ଚଳରୁ ଅନେକ ଶୁଭେଚ୍ଛୁମାନେ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିବା ସହିତ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି ।

Exit mobile version