ନବ‌ ନିର୍ମିତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ର କୋଠା ଉଦଘାଟିତ

ଓଡ଼ିଶା ତାଜା ନ୍ୟୁଜ୍ (୦୬ ଅକ୍ଟୋବର ବୁଧବାର) ବରଗଡ଼ :- ବିଜେପୁର ବ୍ଲକ ଅନ୍ତର୍ଗତ ଯୁଖିପାଲିଠାରେ ଥିବା ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ର ନବ ନିର୍ମିତ କୋଠା କୁ ଆଜି ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଉଦଘାଟନ କରିଛନ୍ତି । ରାଜ୍ୟ ସରକାର ଙ୍କ ଦ୍ଵାରା ନିର୍ମିତ ଏହି ଚିକିତ୍ସାଳୟର ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଜେପୁର ବିଧାୟିକା ରୀତା ସାହୁ, ନାରୀ ନେତ୍ରୀ ଶକୁନ୍ତଳା ମହାପାତ୍ର, ବିଜୁ ଯୁବ ଜନତା ଦଳ ର ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସଂଯୋଜକ ଗୈ।ରହରି ମିଶ୍ର,

ମହେନ୍ଦ୍ର କୁମାର ମେହେର, ନରେନ୍ଦ୍ର ହୋତା, ଜିଲ୍ଲା ଆୟୁର୍ବେଦ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ମିଶ୍ର, ମେଡିକାଲ ଅଫିସର ଡାକ୍ତର ଜିତେନ୍ଦ୍ର କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଡ଼ାକ୍ତରଖାନାରେ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ସହାୟତା ରେ ଏକ ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା ।

 

Exit mobile version