ମାହାଙ୍ଗା ରେ ବିଜେଡି ମିଶ୍ରଣ ପର୍ବ ରୋକିବାକୁ – ବିରୋଧୀ ବାଣ୍ଟୁଛନ୍ତି ଟଙ୍କା

ଓଡ଼ିଶା ତାଜା ନ୍ୟୁଜ୍ (୦୬ ଅକ୍ଟୋବର ବୁଧବାର) ମାହାଙ୍ଗା :- ଗତ କିଛିଦିନ ଧରି ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଲୋକପ୍ରିୟତା ଓ ବିକାଶ ମୂଳକ କାର୍ଯ୍ୟ ସହ ସାଧାରଣ ଲୋକଙ୍କ ସ୍ୱାର୍ଥ କୁ ବିଜେଡ଼ି ଦଳ ପ୍ରାଥମିକତା ଦେଉଥିବାରୁ ମାହାଙ୍ଗା ରେ ବିରୋଧୀ ଏବେ ଧରା ସାଇ ହୋଇଯାଇଛନ୍ତି, ବିରୋଧୀ ଦଳର ମୁଖିଆ ମାନଙ୍କ କ୍ରେଜ ମାହାଙ୍ଗା ରେ କାମ କରୁନି, ସାଧାରଣ ଲୋକ ନିଜର ଆବଶ୍ୟକତାକୁ ହାସଲ କରିବା ପାଇଁ ବିଜେଡ଼ି ଦଳରେ ସାମିଲ ହେଉଛନ୍ତି, ମାହାଙ୍ଗରେ ଦିନକୁ ଦିନ ପ୍ରଗତି ଆଗକୁ ଆଗକୁ ଯାଉଥିବାରୁ ଏହାକୁ ରୋକିବାପାଇଁ ବିରୋଧୀ ନେତା ମାନେ ଏକ ପ୍ରକାର ଜିଯାନ ଲଗାଇ ମନ୍ତ୍ରୀ ପ୍ରତାପ କୁ ବିଭିନ୍ନ ମିଥ୍ୟା ଅଭିଯୋଗ ରେ ଛନ୍ଦିବାକୁ ସଂକଳ୍ପ ନେଇ କାର୍ଯ୍ୟ କରୁଛନ୍ତି, ହେଲେ ସାଧାରଣ ଭୋଟର ବିରୋଧୀଙ୍କ ଏହି ଚାଲ କୁ ବୁଝି ସରିବା ରେ ବିଜେଡି ମୁହାଁ ହେଉଛନ୍ତି,

ଯିଏ ନୂଆ କରି ଅନ୍ୟ ଦଳ ଛାଡି ବିଜେଡ଼ି ଦଳରେ ସାମିଲ ହେଉଛନ୍ତି ତାହା ଜଣାପଡିବା ପରେ ସେମାନଙ୍କୁ ଫେରାଇ ଆଣିବାକୁ ହଜାର ହଜାର ଟଙ୍କା ଦେଇ ବିଜେଡ଼ି ଦଳ ନାମରେ ଦୁର୍ନାମ ଦେବାକୁ ଚକ୍ରାନ୍ତ ଚଳାଇଛନ୍ତି, ଏପରିକି ବିରୋଧୀ ଦଳର ଚାମଚା ଭଳି ଖବର ପ୍ରସାରଣ କରୁଥିବା କିଛି ସଂସ୍ଥା ନୂଆକରି ବିଜେଡ଼ିରେ ମିଶିଥିବା କର୍ମୀ ମାନକୁ ଟାର୍ଗେଟ କରି ମୋଟାରକମର ମାଲ ଦେଇ ବିରୋଧୀଙ୍କୁ ସୁହାଇଲା ପରି ଖବର ପ୍ରସାରଣ କରୁଛନ୍ତି, ଆମର ହସ୍ତଗତ ସୂଚନା ଅନୁଯାୟୀ ମାହାଙ୍ଗା ରେ ବିଜେଡ଼ି ନେତା ପ୍ରତାପ ଙ୍କୁ ବଦନାମ କରିବାପାଇଁ କିଛି ବିରୋଧୀ ନେତା ସାମାଜିକ ଗଣମାଧ୍ୟମର ପ୍ରତିନିଧି ମାନକୁ ମୋଟା ରକମର ମାଲ ପ୍ରଲୋଭନ ଦେଖାଇ ନିଜ ଦଳ ସପକ୍ଷରେ ଖବର ପ୍ରସାରଣ ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି,

ଜଣେ ସମ୍ବାଦଦାତା ବନ୍ଧୁଙ୍କୁ କେତେ ଟଙ୍କା ଦରକାରକୁହ ଆମେ ଦେବୁ ତମେ ବିଜେଡି ବିରୁଦ୍ଧରେ ଖବର ପ୍ରସାରଣ କର ଓ ଅନ୍ୟ ସମ୍ବାଦଦାତା ଙ୍କୁ ଆମ ସପକ୍ଷରେ କହି ଖବର ପ୍ରସାରଣ କର, ପ୍ରକୃତ ପକ୍ଷେ ମାହାଙ୍ଗା ରେ ପ୍ରତାପ ଙ୍କ ନାମରେ ମିଥ୍ୟା କେଶ ହେବା ଦିନରୁ ସାଧାରଣ ଭୋଟର ମାନେ ଜାଣିସାରିଛନ୍ତି କି ପ୍ରତାପ ଜେନା କଣ। ମିଥ୍ୟା କୁ ମାହାଙ୍ଗା ଲୋକେ କେବେ ବରଦାସ୍ତ କରନ୍ତି ନାଇଁ ଆଉ ଯିଏ ମିଥ୍ୟା ଆରୋପ ଲଗାନ୍ତି ତାଙ୍କୁ ମାହାଙ୍ଗା ଲୋକେ ଏମିତି ଜବାବ ଦିଅନ୍ତି ବୋଲି ସବୁ ଆଡେ ଚର୍ଚା ହେଉଛି, ପ୍ରତାପ କେବଳ ମାହାଙ୍ଗରେ କାମକୁ ବିଶ୍ୱାସ କରନ୍ତି, କିପରି ନବୀନ ବାବୁଙ୍କ ସମସ୍ତ ଯୋଜନା ସଫଳତାର ସହ ସାଧାରଣ ଭୋଟରଙ୍କ ନିକଟରେ ପହଂଚିବ ପ୍ରତାପ ସେଇ ନୀତି ଅନୁସରଣ କରି ଆଗକୁ ଆଗକୁ ମାଡିଚାଲିଛନ୍ତି,

ପ୍ରତାପ ମାହାଙ୍ଗା ବ୍ଲକରେ ପାଞ୍ଚ ହଜାର ରୁ ଉର୍ଦ୍ଧ୍ବ ସରକାରୀ ଆବାସ ଗୃହ ପ୍ରଦାନ ପାଇଁ ବ୍ୟବସ୍ଥା କରୁଥିବା ବେଳେ ବିରୋଧୀ ମାନେ ବିଭିନ୍ନ ମନଗଢା ଅଭିଯୋଗ କରି ଦୁଇ ବର୍ଷ ହେବ ଆବାସ ଗୃହ ବଣ୍ଟନକୁ ବନ୍ଦ କରାଇଦେଇଛନ୍ତି, ଯଦି ଗୃହ ପାଇଥାନ୍ତେ ମାହାଙ୍ଗାର ଗରିବ ଲୋକ ପାଇଥାନ୍ତେ, ହେଲେ ଏଠି ବିରୋଧୀ ମାନେ ହେଲେ ଗରିବଙ୍କ ଶତ୍ରୁ। ସବୁ କ୍ଷେତ୍ରରେ ଗରିବଙ୍କ ମୁହଁରେ ନାତ ମାରିଲା ଭଳି କାମ କରି ତାଙ୍କ ସ୍ୱାର୍ଥ ରେ ଆଞ୍ଚ ଅଣୁଛନ୍ତି, ଯାହାକୁ ଗରିବ ସାଧାରଣ ଭୋଟର ମାନେ ଏବେ ବୁଝି ବିଜେଡି ଦଳ ମୁହାଁ ହୋଇଛନ୍ତି,

ଗୋଟେ ଦଳ ଲୋକଙ୍କୁ ଦେଉଥିବା ବେଳେ ଅନ୍ୟପଟେ ବିରୋଧୀ ବେପାରୀ ନେତା ମାନେ ଏହାକୁ ମୁହଁରୁ ଛଡାଇ ନେବା ଭଳି କାର୍ଯ୍ୟ କରୁଛନ୍ତି, ମାହାଙ୍ଗା ଜନସାଧାରଣ ମାନଙ୍କ ଉନ୍ନତି ପାଇଁ ପ୍ରତାପ ପ୍ରତିଜ୍ଞାବଦ୍ଧ ହୋଇଥିବାବେଳେ ବିରୋଧୀ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି, ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ଏବେ ବିରୋଧୀ ମାନେ ବିଜେଡ଼ି ଦଳକୁ ବଦନାମ କରିବାକୁ ସାଢ଼ଯନ୍ତ୍ର ଚଳାଇଥିଲେବି ସାଧାରଣ ଭୋଟର ଙ୍କ ପ୍ରତି କୌଣସି ପ୍ରଭାବ ପକାଇପାରୁନି

Exit mobile version