Home ଓଡ଼ିଶା ଲାଞ୍ଜିଗଡ ବ୍ଳକ ଅପହଞ୍ଚ ଇଲାକାର ଗାଥା,ପଞ୍ଚାୟତ ଅଫିସରୁ ଗାଁ ୪୦ କିମି,୧ ଟଙ୍କା ଚାଉଳ ପାଇଁ ୧୦୦ ଟଙ୍କା ଖର୍ଚ୍ଚ। କଳାହାଣ୍ଡି : by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୦୬ ଅକ୍ଟୋବର ବୁଧବାର) କଳାହାଣ୍ଡି :- ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକ ମାନଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି।ହେଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଏଭଳି ୧୦ ଗୋଟି ଗାଁ ଅଛି ଯେଉଁଠି ସ୍ବାଧୀନତାର ବହୁ ବର୍ଷ ପରେ ମଧ୍ୟ ଗାଁ ଲୋକଙ୍କ ପାଇଁ ସରକାରୀ ସୁବିଧା ସାତ ସପନ ହୋଇ ରହିଛି।ବର୍ଷ ବର୍ଷ ଧରି ପାହାଡ଼ ଘେରା ଅପହଞ୍ଚ ଅଞ୍ଚଳରେ ବହୁ କଷ୍ଟରେ ଜୀବନ କାଟୁଛନ୍ତି ଏହି ଆଦିବାସୀ ଗ୍ରାମ ମାନଙ୍କର ୪୦୦ ଶହ ୧୫ ପରିବାର।ଏମାନଙ୍କ ବିଭିନ୍ନ ସମସ୍ୟା ନେଇ ବାରମ୍ବାର ପ୍ରଶାସନ ଅଧିକାରୀ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ଗୁହାରୀ ଜଣାଇଥିଲେ ମଧ୍ୟ ପ୍ରତିଶ୍ରୁତି ଛଡା କୌଣସି ସୁଫଳ ମିଳି ନଥିବା ଏହି ଗ୍ରାମବାସୀ ମାନେ ପ୍ରକାଶ କହିଛନ୍ତି। ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ଗୁଣ୍ଡୁରୀ ପଞ୍ଚାୟତର ୧୦ ଗୋଟି ଗାଁ ହେଉଛି ଗମପେନୁ,ବିଜେପୁର, କୁଟେହେଜୁ,ହାତିମୁଣ୍ଡା, ଦାରବେଙ୍ଗ,ଆଦଲଡୁ,ତରଙ୍ଗଲ, ସାଡାଙ୍ଗପଦର, ମାଡିବନ୍ଧା ଓ ଡମେର।ଯାହାର ଦୂରତା ବ୍ଲକ ମୁଖ୍ୟାଳୟଠାରୁ ୬୦ କିଲୋମିଟର ହୋଇଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟ ଗୁଣ୍ଡୁରୀ ଠାରୁ ପ୍ରାୟ ୩୦ ରୁ ୪୦ କିଲୋମିଟର ପଡେ।ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟକୁ ଏହି ଗାଁ ମାନଙ୍କ ମଧ୍ୟରୁ କେତେଗୋଟି ଗାଁ ପାଇଁ ଦୂରତା କମ୍ ଥିବା ବେଳେ ୨୦୦୬ ମସିହାରେ ଗୁଣ୍ଡୁରି ପଞ୍ଚାୟତରେ ସରକାରଙ୍କ ରେତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା।ଫଳରେ ଅଧିକାଂଶ ଗାଁକୁ ବିସ୍ଥାପିତ ମଧ୍ୟ କରାଯାଇଥିଲା।କିନ୍ତୁ ୨୦୧୭ ମସିହାରେ ପ୍ରକଳ୍ପ କାମ ଶେଷ ହୋଇ ପ୍ରକଳ୍ପରେ ପାଣି ରହିବା ଫଳରେ ଏହି ପଞ୍ଚାୟତର ଏହି ଗାଁ ମାନଙ୍କ ମଧ୍ୟରେ ପାହାଡ଼, ନାଳ, ଝରଣା,ଘଞ୍ଚ ଜଙ୍ଗଲ ଓ ଘାଟି ଦେଇ ପାଦ ଚଲା ରାସ୍ତା ୩୦ ରୁ ୪୦ କିଲୋମିଟର ବାଟ ରହିଥିବା ବେଳେ ଯିବା ଆସିବା ଲୋକଙ୍କ ପାଇଁ ସମ୍ଭବ ହୋଇନଥାଏ । ଯିଏ ରାସ୍ତା ଦେଇ ଯାଏ ସର୍ବଦା ଛୋଟ ବଡ଼ ଦୁର୍ଘଟଣାର ଶିକାର ହେଉଛନ୍ତି।ଫଳରେ ବୃଦ୍ଧ,ବୃଦ୍ଧା ଓ ଭିନ୍ନକ୍ଷମ ଲୋକଙ୍କ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବା ସମ୍ଭବ ହୋଇନଥାଏ । ଏହି ଗାଁ ମାନଙ୍କୁ ଆମ୍ବୁଲାନ୍ସ ଯିବା ପାଇଁ ମଧ୍ୟ ରାସ୍ତା ନାହିଁ । ଫଳରେ ଗର୍ଭବତୀ, ପ୍ରସୂତି ମହିଳା ଓ ରୋଗୀଙ୍କୁ ନେବା ଆଣିବା କଷ୍ଟକର ହୋଇ ପଡ଼ିଥିବା ବେଳେ ବହୁ ସମୟ ଖଟିଆରେ ବୋହି ୫ ରୁ ୧୦ କିମି ଦୂର ନେବା ଦୃଶ୍ୟ ଦେଖିବାକୁ ମିଳିଥାଏ । ତେଣୁ ଏହି ଗ୍ରାମବାସୀମାନେ ଗୁଣ୍ଡୁରୀ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାକୁ ହେଲେ ୩୦ ରୁ ୪୦ କିମି ଦୂର ଅଟୋରିକ୍ସା,ଟ୍ରାକଟର,ପିକଅପଭ୍ୟାନ ୪ ହଜାରରୁ ୫ ହଜାର ଟଙ୍କାରେ ଭଡାକରି ପିଡ଼ିଏପ ଚାଉଳ ଆଣିବା ପାଇଁ ନର୍ଲା ବ୍ଳକ ଛତିକୁଡ଼ା,ସଦର ବ୍ଳକ ଦେପୁର,ଇଚ୍ଛାପୁର ଦେଇ ଏହି ଗୁଣ୍ଡୁରୀ ପଞ୍ଚାୟତକୁ ଯିବାକୁ ପଡିଥାଏ । ଯାହା ଫଳରେ ୧ ଟଙ୍କା ଚାଉଳ ପାଇଁ ୧୦୦ ଟଙ୍କା ଖର୍ଚ୍ଚ ହେଉଥିବା ଏହି ଦୁର୍ଗମ ଅଞ୍ଚଳର ଗାଁ ଲୋକେ କହିଛନ୍ତି।ଏହି ୧୦ ଗୋଟି ଗ୍ରାମବାସୀ ରାସ୍ତା ନଥିବା ଯୋଗୁଁ ବର୍ଷ ବର୍ଷ ଧରି ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହାକୁ ନେଇ ଗୁଣ୍ଡୁରୀ ସରପଞ୍ଚ ପୁରୋହିତ ମାଝୀ ୧୦ ଗୋଟି ଗ୍ରାମର ସୁବିଧା ପାଇଁ କାଡ଼ମ ଗ୍ରାମ ଠାରେ ଏକ କମ୍ୟୁନିଟି ସେଣ୍ଟର କରିବା ପାଇଁ ଲାଞ୍ଜିଗଡ ବ୍ଳକ ପ୍ରଶାସନ ନିକଟରେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ବ୍ଳକ ପ୍ରଶାସନ ପକ୍ଷରୁ କୌଣସି ସୁଫଳ ମିଳିନଥିବା ସରପଞ୍ଚ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।ଏଣୁ ଏହି ୧୦ ଗୋଟି ଗ୍ରାମର ୪ ଶହ ୧୫ ପରିବାର ସରକାରଙ୍କୁ ଗଭୀର ଦୁଃଖ ବେଦନା ଜଣେଇ କାଡ଼ମ ଗାଁ ଠାରେ ଏକ କମ୍ୟୁନିଟି ସେଣ୍ଟର କରି ସେଠାରୁ ଆମକୁ ପଞ୍ଚାୟତ ପିଡ଼ିଏପ ଚାଉଳ ଯୋଗାଇ ଦିଆଗଲେ ଆମେ ସମୟ ଓ ଖର୍ଚ୍ଚରୁ ମୁକ୍ତି ପାଇବୁ ବୋଲି ଅନୁରୋଧ କରିଛନ୍ତି।ତୁରନ୍ତ ରାଜ୍ୟ ସରକାର ଓ କଳାହାଣ୍ଡି ଜିଲ୍ଲାପାଳ ଏହି ଗାଁ ଗୁଡିକୁ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ରଣପୁର ଏନଏସି ରେ ଏକକ ବ୍ଯବହୃତ ପ୍ଲାଷ୍ଟିକ ନିଷିଦ୍ଧ ପାଇଁ ପ୍ରଶାସନର ଚଢାଉ : ୧୧ ଜଣଙ୍କ ଠାରୁ ଟ ୫୦୦୦/- ଜୋରିମାନା ଆଦାୟ by Proprietor Abhimanyu Maharana September 10, 2026 ଏମଏମଡ଼ିଆର ଆକ୍ଟ (MMDR ACT)ସଂଶୋଧନ ଆଇନର ପ୍ରତିବାଦରେ ଆପ୍ ଓଡ଼ିଶାର ସମାବେଶ ଏବଂ ମୋଦୀ ସରକାରର ପୁତ୍ତଳିକା ଦାହ by Proprietor Abhimanyu Maharana September 10, 2026 ଟାଙ୍ଗୀରେ ବିଭିନ୍ନ ବିକାଶ ମୂଳକ ସରକାରୀ ନିର୍ମାଣ କାର୍ଯ୍ୟ କରିବାକୁ କେବଳ ଜଙ୍ଗଲ ଓ ଗୋଚର ଜମି ଭରସା. ପରିବର୍ତ୍ତିତ ପରିସ୍ଥିତିରେ ଜଙ୍ଗଲ ଜମିରେ ନିର୍ମାଣ କାମ ଆଇନ ଦୃଷ୍ଟିରୁ କଷ୍ଟକର ହୋଇପଡିଛି by Proprietor Abhimanyu Maharana September 10, 2026 ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ by Proprietor Abhimanyu Maharana September 10, 2026 ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ by Proprietor Abhimanyu Maharana September 10, 2026 ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର by Proprietor Abhimanyu Maharana September 10, 2026