Home ଓଡ଼ିଶା ଦାରିଙ୍ଗବାଡିର କଂଗ୍ରେସ ଗଡ଼ରେ ବିଜେଡିର ମିଶ୍ରଣ ପର୍ବ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୦୬ ଅକ୍ଟୋବର ବୁଧବାର) ବାଲିଗୁଡା :- ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେହି ହାରରେ ବୃଦ୍ଧି ହେବାରେ ଲାଗିଛି । ଏନେଇ ପ୍ରତ୍ୟେକ ଦଳ ସେମାନଙ୍କ ଶକ୍ତି ପ୍ରଦର୍ଶନ ସହ ଲୋକଙ୍କ ନିକଟତର ହେବାକୁ ଲାଗିଛନ୍ତି । ଦାରିଙ୍ଗବାଡି ବ୍ଲକରେ ବିଜେଡି କଂଗ୍ରେସ ଗଡ଼ରେ ପ୍ରବେଶ କରି ପତିଆର ବଢାଇବାରେ ଲାଗିଛି । କଂଗ୍ରେସ ଗଡ଼ କୁହାଯାଉଥିବା ଦାରିଙ୍ଗବାଡି ବ୍ଲକର ଗୁମିକିଆ ଓ ବୁଡ଼ାଗୁଡ଼ା ପଞ୍ଚାୟତରେ ବିଜେଡିର ମିଶ୍ରଣ ପର୍ବରେ ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ, ଯୁବ ସଭାପତି ରଞ୍ଜନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟ ସରକାର ଓ ବିଧାୟକଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ଲୋକାଭିମୁଖୀ କାର୍ଯ୍ୟଶୈଳୀକୁ ଦେଖି ଗୁମିକିଆ ଓ ବୁଡ଼ାଗୁଡ଼ା ପଞ୍ଚାୟତର ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିବା ଜଣାପଡିଛି । ଏହି ମିଶ୍ରଣ ପର୍ବରେ ବିଜେଡି କର୍ମୀ ସାଧୁ ନାୟକ, ପଠାଣି ସାହୁ, ଧର୍ମେନ୍ଦ୍ର ପ୍ରଧାନ, ଇନ୍ଦ୍ର ପ୍ରଧାନ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଚାରି ଦଫା ଦାବିନେଇ ଓଡିଶା ବନ୍ଦ by Proprietor Abhimanyu Maharana October 8, 2026 ବିରିଡି ବ୍ଲକ ରେ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 8, 2026 ଇଣ୍ଡିଆ ମେଣ୍ଟ ର "୮ ଅକ୍ଟୋବର ଓଡ଼ିଶା ବନ୍ଦ କୁ ରଣପୁର ଓ ସୁନାଖଳା ଠାରେ ବିପୁଳ ସମର୍ଥନ by Proprietor Abhimanyu Maharana October 8, 2026 Farewell Felicitation Held for Sr. Divisional Commercial Manager, Anil Kumar S, IRTS at Khurda Road Division by Proprietor Abhimanyu Maharana October 8, 2026 ଖୋର୍ଦ୍ଧାରୋଡ଼ ମଣ୍ଡଳରେ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ଏସ୍ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 8, 2026 ଚାନ୍ଦପୁର ବସନ୍ତ ମଞ୍ଜରୀ ଚିକିତ୍ସାଳୟର ଏମରଜେନ୍ସି ବେଡ଼ ଅପରିଷ୍କାର ଅବସ୍ଥା by Proprietor Abhimanyu Maharana October 8, 2026