Home ଓଡ଼ିଶା ଟ୍ରେନ ଦୁର୍ଘଟଣାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବା ପାଇଁ ପ୍ରଶାସନକୁ ନିବେଦନ କଲେ ପରିବାର ଲୋକ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୦୬ ଅକ୍ଟୋବର ବୁଧବାର) ବାଲିଗୁଡା :- ନିଜ ଗାଁରେ କାମ ନ ମିଳିବାରୁ ଦାଦନ ଖଟିବାକୁ କେରଳ ଯାଇଥିଲେ । ହେଲେ ସେଠାରେ ଟ୍ରେନ ଦୁର୍ଘଟଣାରେ ଚାଲିଗଲା ଜୀବନ । ଶବ ଆଣିବାକୁ ପରିବାର ଲୋକଙ୍କ ପାଖରେ ନାହିଁ ଅର୍ଥ । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିସୁବାଡ଼ି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୁଃଖ ଦାୟକ ଘଟଣା । ଏହି ଗ୍ରାମର ଲକ୍ଷ୍ମୀକାନ୍ତ ପ୍ରଧାନଙ୍କ ୨୨ ବର୍ଷୀୟ ପୁଅ ରମାକାନ୍ତ ପ୍ରଧାନ ଦାଦନ ଖଟିବାକୁ କେରଳର ତ୍ରିଶୁର ଅଂଚଳକୁ ଗତ ୨୦୧୯ ମସିହାରେ ଯାଇଥିଲା । ପରିବାର ପ୍ରତିପୋଷଣ ପାଇଁ ଘରକୁ ଟଙ୍କା ମଧ୍ୟ ପଠାଉଥିଲା । ହେଲେ ପରିବାର ଲୋକ ବୁଧବାର ଦିନ ଖବର ପାଇଲେ , ପୁଅ ରମାକାନ୍ତ ପ୍ରଧାନର ଶବ କେରଳ ସ୍ଥିତ କୋରାଟେ ପୋଲିସ ଷ୍ଟେସନ ଅଂଚଳର ଏକ ରେଳ ଲାଇନ ଉପରେ ପଡ଼ିରହିଛି । ଶବକୁ ରେଳ ପୋଲିସ ଜବତ କରି ଦାରିଙ୍ଗବାଡ଼ି ଥାନାକୁ ସୂଚନା ଦେଇଥିଲା । ଏ ନେଇ କୋରାଟେ ପୋଲିସ ଷ୍ଟେସନରେ ଅପମୃତ୍ୟୁ ମାମଲା ନଂ ୮୨୮/୨୧ ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ନେବାକୁ ପରିବାର ଲୋକଙ୍କୁ ଜଣାଇଦେବାକୁ ରେଳବାଇ ପୋଲିସ ଦାରିଙ୍ଗବାଡ଼ି ଥାନାକୁ କହିଥିଲେ । ଦାରିଙ୍ଗବାଡ଼ି ପୋଲିସ ରମାକାନ୍ତଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ସହ ସ୍ଥାନୀୟ ତହସିଲଦାର ଓ ବିଡ଼ିଓଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ସୂଚନା ଦେଇଥିବା ଥାନା ଅଧିକାରୀ କୌଶିକ ମାଝୀ ପ୍ରକାଶ କରିଛନ୍ତି । ତେବେ ବର୍ତ୍ତମାନ ପରିବାର ଲୋକଙ୍କ ପାଖରେ ଟଙ୍କା ନ ଥିବା ଯୋଗୁଁ ସେମାନେ ଏତେ ଦୂରରୁ ପୁଅର ଶବ ଆଣିବାକୁ ସକ୍ଷମ ନୁହନ୍ତି । ଏଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପୁଅର ଶବ ଆଣିଦେବାକୁ ପରିବାର ଲୋକଙ୍କ ସମେତ ଅଞ୍ଚଳ ବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଚାରି ଦଫା ଦାବିନେଇ ଓଡିଶା ବନ୍ଦ by Proprietor Abhimanyu Maharana October 8, 2026 ବିରିଡି ବ୍ଲକ ରେ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 8, 2026 ଇଣ୍ଡିଆ ମେଣ୍ଟ ର "୮ ଅକ୍ଟୋବର ଓଡ଼ିଶା ବନ୍ଦ କୁ ରଣପୁର ଓ ସୁନାଖଳା ଠାରେ ବିପୁଳ ସମର୍ଥନ by Proprietor Abhimanyu Maharana October 8, 2026 Farewell Felicitation Held for Sr. Divisional Commercial Manager, Anil Kumar S, IRTS at Khurda Road Division by Proprietor Abhimanyu Maharana October 8, 2026 ଖୋର୍ଦ୍ଧାରୋଡ଼ ମଣ୍ଡଳରେ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ଏସ୍ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 8, 2026 ଚାନ୍ଦପୁର ବସନ୍ତ ମଞ୍ଜରୀ ଚିକିତ୍ସାଳୟର ଏମରଜେନ୍ସି ବେଡ଼ ଅପରିଷ୍କାର ଅବସ୍ଥା by Proprietor Abhimanyu Maharana October 8, 2026