ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୦୬ ଅକ୍ଟୋବର ବୁଧବାର) ରଣପୁର :- ରଣପୁର ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ର ସମସ୍ତ ସଭାପତି ସୋସିଆଲ ମିଡ଼ିଆ ରେ ଥିବା କର୍ମକର୍ତ୍ତା ଓ ବ୍ଲକ୍ କମିଟି ର ସମସ୍ତ ସଦସ୍ୟ ଙ୍କୁ ସମ୍ବର୍ଦ୍ଧନା କରାଯିବାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏବଂ ଆଗାମୀ ପଞ୍ଚୟତ ନିର୍ବାଚନ ରେ ଦଳକୁ ମୂଳରୁ ସୁଦୃଢ କରିବା ହିଁ ଏହି ସମାବେଶ ର ମୁଖ୍ୟ ଲକ୍ଷ୍ୟ ଥିଲା ।

ତେଣୁ ପ୍ରତି ପଞ୍ଚାୟତ ରୁ ୨୦ ଜଣ ଯୁବକ ବିଜେଡିରେ ଯୋଗଦାନ କରିଥିଲେ ଏବଂ ବିଜେପି ଓ କଂଗ୍ରେସ ରୁ ୩୦୦ କର୍ମୀ ମଧ୍ୟ ଯୋଗ ଦେଇଥିଲେ । ଏହି ସମାବେଶଟି ପ୍ରାୟତଃ ୧୫୦୦ ଲୋକଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ତେବେ ଏହିକର୍ମକର୍ତ୍ତା ବୈଠକରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଯୋଗ ଦେଇଥିଲେ ।

ଏହା ସହିତ ନିର୍ବାଚନ ମଣ୍ଡଳୀର ସଭାପତି ବନମାଳୀ ମହାପାତ୍ର ଓ ବ୍ଲକ୍ ସଭାପତି ରଶ୍ମି ରଞ୍ଜନ ସାହୁ ପାଣ୍ଡବ ସେଠୀ ,ସଚ୍ଚିକାନ୍ତ ଷଡ଼ଙ୍ଗୀ, ପ୍ରତିଭା ମହାନ୍ତି , ମୀନତି ସାହୁ, ଏବଂ ତା ସହିତ ସୁରେଶ ମିଶ୍ର ,ନର୍ମଦା ରାୟ , ଦେବାଶିଷ ପଟ୍ଟନାୟକ , କିଶୋର ପଟ୍ଟନାୟକ, ଯୁବ କର୍ମକର୍ତ୍ତା ମାନଙ୍କ ଯୋଗଦାନ ରେ କାର୍ଯ୍ୟକ୍ରମ ଟି ସୁଚାରୁ ରୂପେ ଅନୁଷ୍ଠିତ ହୋଇଯାଇଛି ।

Exit mobile version