ପୂଜା ପାଇଁ ସମଗ୍ର ଜିଲ୍ଲାରେ କଟକଣା ଲାଗୁ କଲେ – ଜିଲ୍ଲାପାଳ ଡ଼ ପୋମା ଟୁଡୁ

ଓଡ଼ିଶା ତାଜା ନ୍ୟୁଜ୍ (୦୫ ଅକ୍ଟୋବର ମଙ୍ଗଳବାର ) ନୟାଗଡ଼ :– ଆସନ୍ତା ଦୁର୍ଗାପୂଜା ଉପଲକ୍ଷେ ଆଜି ଅପରାହ୍ନ ୪ଘଟିକା ସମୟରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ଭରଚୁଆଲ ମିଟିଙ୍ଗ୍ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଡା. ଟୁଡୁ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇ କୋଭିଡ୍ ନିୟମ ପାଳନ କରି ଦୁର୍ଗାପୂଜା କରିବା ନିମନ୍ତେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

ପୂଜା କମିଟିମାନେ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ନେବା ପାଇଁ ପ୍ରକାଶ କରିଥିଲେ । ଆରକ୍ଷୀ ଅଧୀକ୍ଷକ ଶ୍ରୀ ସିଦ୍ଧାର୍ଥ କଟାରିଆ କହିଲେ ଯେ, ସହରରେ ରାତ୍ରିକାଳୀନ କର୍ଫ୍ୟୁ ରାତ୍ର ୧୦ଘଟିକା ଠାରୁ ସକାଳ ୫ଘଟିକା ପର୍ଯ୍ୟନ୍ତ ଜାରି ରହିବ । ପୂଜାକମିଟିମାନେ କୋଭିଡ୍ ନିୟମ ପାଳନ କରି କେବଳ ରୀତିନୀତି ଅନୁସାରେ ଦେବୀଙ୍କ ପୂଜାକାର୍ଯ୍ୟ ସଂପାଦନ କରିପାରିବେ । ପୂଜା ସ୍ଥଳରେ ୭ଜଣ ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ପୂଜା ସ୍ଥଳରେ କୌଣସି ପ୍ରକାର ଡାକବାଜି ଯନ୍ତ୍ର ବାଜିବାକୁ ଅନୁମତି ଦିଆଯିବ ନାହିଁ ।

ସେହିଭଳି କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ କିମ୍ବା ବାଣ ଫୁଟା ଯାଇପାରିବ ନାହିଁ । ସମସ୍ତ ପୂଜାକମିଟି ଗୁଡ଼ିକ କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ସହିତ ସରକାରଙ୍କ ଦ୍ୱାରା ପ୍ରଣୀତ ଗାଇଡ୍ ନିୟମ ଅନୁସାରେ ସମସ୍ତ ପୂଜାକାର୍ଯ୍ୟ ସଂପାଦନ କରିବେ । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର,ଥାନା ଅଧିକାରୀମାନେ ଉପସ୍ଥିତ ଥିଲେ ।

 

 

 

 

Exit mobile version