
ଓଡ଼ିଶା ତାଜା ନ୍ୟୁଜ୍ (୦୫ ଅକ୍ଟୋବର ମଙ୍ଗଳବାର ) ବରଗଡ଼ :- ବିଜେପୁର ନିର୍ବାଚନ ମଣ୍ଡଳୀକୁ ସଂପୂର୍ଣ୍ଣ ମରୁଡ଼ି ଅଞ୍ଚଳ ଘୋଷଣା ଦାବିରେ ଆଜି ଭାଜପା ପକ୍ଷରୁ ବିଜେପୁର ତହସିଲ ଅଫିସ ଘେରାଉ କରାଯାଇଥିଲା । ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ ଏବଂ ବିଜେପୁରରେ ସଂଗଠକ ସନତ ଗଡତୀୟା ଙ୍କ ନେତୃତ୍ବରେ ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ପରେ ତହସିଲ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
