Home ଓଡ଼ିଶା ବିଭିନ୍ନ ଦାବୀ ନେଇ ୧୨ ଘଣ୍ଟିଆ ଦାରିଙ୍ଗବାଡ଼ି ବନ୍ଦ ଡାକରା ଦେଲା କଂଗ୍ରେସ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୦୫ ଅକ୍ଟୋବର ମଙ୍ଗଳବାର ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୧୧ ତାରିଖ ଦିନ ୧୨ ଘଣ୍ଟିଆ ଦାରିଙ୍ଗବାଡ଼ି ବନ୍ଦ ଡାକରା ଦିଆଯାଇଛି । ସୂଚନା ପ୍ରକାରେ, ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ବବୃବାହନ ବେହେରାଙ୍କ ମନମୁଖି ଶାସନ ଏବଂ ସ୍ଥାନୀୟ ବିଧାୟକ ବିଜୁ ପାଠାଗାର ନାମରେ ସରକାରୀ ଜମି ହଡ଼ପ କରି ଗୃହ ନିର୍ମାଣ କରିବା ଅଭିଯୋଗରେ ବ୍ଲକ ଅଧ୍ୟକ୍ଷା ରୁଦା ମଲିକଙ୍କ ନେତୃତ୍ୱରେ ଉପାଧ୍ୟକ୍ଷ ରମାକାନ୍ତ ବଳିଆରସିଂ ସମେତ ଜନପ୍ରତିନିଧି ମାନେ ଗତ ସେପ୍ଟେମ୍ବର ୧୬ ତାରିଖ ଦିନ ବ୍ଲକ କାର୍ଯ୍ୟଳୟ ପରିସର ମଧ୍ୟରେ ଆମରଣ ଅନଶନରେ ବସିଥିଲେ । ଜିଲ୍ଲା ପ୍ରଶାସନ ଏହା ଜାଣିବା ପରେ ଉକ୍ତ ଦିନ ରାତ୍ର ୨ ଘଣ୍ଟା ସମୟରେ ପିଡ଼ି ଡ଼ିଆରଡ଼ିଏ ବିଶ୍ୱରଞ୍ଜନ ନାୟକ ବ୍ଲକ ଅଧକ୍ଷାଙ୍କୁ ଫୋନ ଯୋଗେ ଅଭିଯୋଗ ଉପରେ ତଦନ୍ତ କରାଯିବ ସହ ଅକ୍ଟୋବର ୨ ତାରିଖ ମଧ୍ୟରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବଦଳି କରିବା ପାଇଁ କଥାଦେଇଥିଲେ । କିନ୍ତୁ ପ୍ରଶାସନ ୨ ତାରିଖ ମଧ୍ୟରେ ବଦଳି କରିବା ନେଇ କଥା ଦେଇଥିଲେ ସୁଦ୍ଧା ୫ ତାରିଖ ସୁଦ୍ଧା କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କୁ ବଦଳି କରାଗଲା ନାହିଁ କି ସରକାରୀ ଜମିରେ ହୋଇଥିବା ଘର ଉପରେ କୌଣସି ପଦକ୍ଷେପ ନିଆଗଲା ନାହିଁ । ଯଦି ଆସନ୍ତା ୧୦ ତାରିଖ ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯାଏ ତାହାଲେ ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ଆସନ୍ତା ୧୧ ତାରିଖ ଦିନ ୧୨ ଘଣ୍ଟିଆ ଦାରିଙ୍ଗବାଡ଼ି ବନ୍ଦ କରାଯିବ ଘୋଷଣା କରିଛନ୍ତି । ଏନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଏକ ଦାବି ପତ୍ର ଦିଆଯିବା ସହ ସ୍ଥାନୀୟ ଅଧିକାରୀଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି ବୋଲି ଦାରିଙ୍ଗବାଡି ବ୍ଲକ କଂଗ୍ରେସ ପକ୍ଷରୁ କୁହାଯାଇଛି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଚାରି ଦଫା ଦାବିନେଇ ଓଡିଶା ବନ୍ଦ by Proprietor Abhimanyu Maharana October 8, 2026 ବିରିଡି ବ୍ଲକ ରେ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 8, 2026 ଇଣ୍ଡିଆ ମେଣ୍ଟ ର "୮ ଅକ୍ଟୋବର ଓଡ଼ିଶା ବନ୍ଦ କୁ ରଣପୁର ଓ ସୁନାଖଳା ଠାରେ ବିପୁଳ ସମର୍ଥନ by Proprietor Abhimanyu Maharana October 8, 2026 Farewell Felicitation Held for Sr. Divisional Commercial Manager, Anil Kumar S, IRTS at Khurda Road Division by Proprietor Abhimanyu Maharana October 8, 2026 ଖୋର୍ଦ୍ଧାରୋଡ଼ ମଣ୍ଡଳରେ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ଏସ୍ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 8, 2026 ଚାନ୍ଦପୁର ବସନ୍ତ ମଞ୍ଜରୀ ଚିକିତ୍ସାଳୟର ଏମରଜେନ୍ସି ବେଡ଼ ଅପରିଷ୍କାର ଅବସ୍ଥା by Proprietor Abhimanyu Maharana October 8, 2026