Home ଓଡ଼ିଶା ୬୫ ବର୍ଷ ହେଲା ଭଡାଘରେ ଚାଲିଛି ଲାଞ୍ଜିଗଡ଼ ପଞ୍ଚାୟତ ଅଫିସ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୦୪ ଅକ୍ଟୋବର ସୋମବାର ) କଳାହାଣ୍ଡି :- ଆଜିକୁ ୬୫ ବର୍ଷ ହେଲା ଲାଞ୍ଜିଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ଭଡାରେ ଚାଲିଥିବା ପଞ୍ଚାୟତ ବାସୀ ଅଭିଯୋଗ କରିଛନ୍ତି । ଆଜି ପର୍ଯ୍ୟନ୍ତ ପଞ୍ଚାୟତର ନିଜସ୍ୱ ଘର ନ ଥିବାରୁ ଲାଞ୍ଜିଗଡ଼ ସମବାୟ ସମିତି ଅଫିସ କାର୍ଯ୍ୟାଳୟରେ ଚାଲିଥିବାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ନେଇ ବାରମ୍ବାର ପଞ୍ଚାୟତ ତଥା ବ୍ଳକ ଅଫିସରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ରାଜ୍ୟ ସରକାର ଜିଲ୍ଲାର ବିଭିନ୍ନ ସ୍ଥାନରେ ପଞ୍ଚାୟତ ଅଫିସ ପାଇଁ ନୂତନ କୋଠା ନିର୍ମାଣ କରୁଥିଲେ ମଧ୍ୟ ଲାଞ୍ଜିଗଡ଼ ପ୍ରତି ଅଣଦେଖା କରାଯିବାକୁ ଲୋକେ ନାପସନ୍ଦ କରିଛନ୍ତି । ପଞ୍ଚାୟତର ନିଜସ୍ୱ ଗୃହ ନଥିବାରୁ ପଞ୍ଚାୟତରେ ବୈଠକ ମଧ୍ୟ ହୋଇ ପାରୁନାହିଁ । ଯାହା ଫଳରେ ବିଭିନ୍ନ ଉନ୍ନତି ମୂଳକ କାମ ହୋଇ ପାରୁନାହିଁ । ଭଡା ଘରରେ ଚାଲିଥିବା ପଞ୍ଚାୟତ କାର୍ଯ୍ୟାଳୟର ଅତିଶୀଘ୍ର ଏହାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟ ଭଡାରେ ଚାଲୁଥିବା ନେଇ ଲାଞ୍ଜିଗଡ଼ ସମବାୟ ସମିତି କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଆମେ ପଞ୍ଚାୟତ ଅଫିସ ପାଇଁ ଘର ଦେଇଛୁ । ସେମାନଙ୍କ ଠାରୁ କୌଣସି ଭଡା ନେଉନୁ । ପଞ୍ଚାୟତ ଘର ନିର୍ମାଣ ହେଲେ ଆମେ ସମବାୟ ସମିତିର ଏହି ଗୃହ ଛାଡ଼ିଦେବୁ ବୋଲି ପଞ୍ଚାୟତ କର୍ତ୍ତୃପକ୍ଷ କହିଥିଲେ । ଅନ୍ୟପକ୍ଷରେ ୬୫ ବର୍ଷ ମଧ୍ୟରେ ୧୧ରୁ ଅଧିକ ସରପଞ୍ଚ ଆସି ଚାଲି ଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ପଞ୍ଚାୟତ ଗୃହ ନିର୍ମାଣ ନହେବା ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ । ଯେଉଁ ଠାରେ ପଞ୍ଚାୟତ ଅଫିସ ଚାଲିଛି । ସେହି ଗୃହରେ ମଧ୍ୟ ପାଚିରୀ ଭାଙ୍ଗି ଯାଇଥିବା ବେଳେ ଗେଟ ମଧ୍ୟ ନାହିଁ । ଫଳରେ ଗୋରୁ ଗାଈ ସହିତ ରାତିରେ ମଦୁଆଙ୍କ ଆଡାସ୍ଥଳି ପାଲଟି ଥିବା ବେଳେ ମଦ ବୋତଲ ସହିତ ଅଳିଆ ଆବର୍ଜନାରେ ଅଫିସ ଚାରି ପାର୍ଶ୍ଵ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି । ତେବେ ପଞ୍ଚାୟତ କାର୍ଯ୍ୟାଳୟ କେବେ ହେବ ତାହାର ନିର୍ଦ୍ଦିଷ୍ଟ ସୂଚନା ମିଳି ପାରିନାହିଁ । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ଆଠଗଡ଼ରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ଦେଶୀମଦ ଜବତ by Proprietor Abhimanyu Maharana September 10, 2026 ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ର ସମାପନୀ ସମାରୋହ by Proprietor Abhimanyu Maharana September 10, 2026 ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର by Proprietor Abhimanyu Maharana September 10, 2026 ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 10, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ by Proprietor Abhimanyu Maharana September 10, 2026 ଶ୍ରୀମନ୍ଦିର ଜମିଜମା ଆଇନ ସଂଶୋଧନକୁ ପୁରୀ ବିଜେପି ପକ୍ଷରୁ ସ୍ବାଗତ by Proprietor Abhimanyu Maharana September 10, 2026