ନିରଞ୍ଜନ ହଟାଅ ଓ କଂଗ୍ରେସ ବଞ୍ଚାଅ – କଂଗ୍ରେସ ଭବନ ଆଗରେ ବିକ୍ଷୋଭ

ପିପିଲି ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ କଂଗ୍ରେସ ଭବନ ଆଗରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ତେଜନା

ଓଡ଼ିଶା ତାଜା ନ୍ୟୁଜ୍ (୦୩ ଅକ୍ଟୋବର ରବିବାର )  ଭୁବନେଶ୍ୱର :- କଂଗ୍ରେସ କନ୍ଦଳ ପିପିଲି ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ କଂଗ୍ରେସ ଭବନ ଆଗରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ତେଜନା । ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ଲାଗି କଂଗ୍ରେସ ଭବନ ଆଗରେ ବିକ୍ଷୋଭ କରିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ କର୍ମୀ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ୍ରେ ଥିବା କାର୍ଯ୍ୟାଳୟକୁ ଆସିଥିଲେ । ଅସନ୍ତୁଷ୍ଟ ଗୋଷ୍ଠୀ ପକ୍ଷରୁ ନିରଞ୍ଜନ ହଟାଅ ଓ କଂଗ୍ରେସ ବଞ୍ଚାଅ ନାରା ଦେଇ କଂଗ୍ରେସ ଭବନ ଆଗରେ ବିକ୍ଷୋଭ କରିଛନ୍ତି ।

ନିରଞ୍ଜନ ପୁରୁଣା କର୍ମୀଙ୍କ ପ୍ରତି ହତାଦାର କରିଛନ୍ତି । କିନ୍ତୁ ବାହାରୁ ଆସିଥିବା ଲୋକଙ୍କୁ ଗୁରୁତ୍ୱ ଦେଉଛନ୍ତି । କଂଗ୍ରେସ ଭବନ ଆସୁ ନାହାନ୍ତି କି କୌଣସି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟ କରୁନାହାନ୍ତି । ପିପିଲି, ବାଲେଶ୍ୱର, ତିର୍ତ୍ତୋଲରେ ନିରଞ୍ଜନ ଟିକେଟ୍ ବିକିଥିବା ଅଭିଯୋଗ ମଧ୍ୟ କରିଛନ୍ତି । ପୁଣି ଶାସକ ଦଳ ସହ ବୁଝାମଣା କରିଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଦଳୀୟ କର୍ମୀ । ଆଉ ନିରଞ୍ଜନଙ୍କ ବିରୋଧରେ ଏ ଆନେ୍ଦାଳନ ଦିଲ୍ଲୀ ପର୍ଯ୍ୟନ୍ତ ଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି କର୍ମୀ ।

କଂଗ୍ରେସ କର୍ମୀମାନେ କହିଛନ୍ତି, ନିରଞ୍ଜନ ଦିନକୁ ଦିନ କଂଗ୍ରେସକୁ ତଳକୁ ନେଇ ଯାଉଛନ୍ତି । ଲଢେ଼ରେ ହାର୍ ଜିତ୍ ତ ଥାଏ । କିନ୍ତୁ ବିଭିନ୍ନ ନିର୍ବାଚନରେ କଂଗ୍ରେସ ଯେଉଁଭଳି ପରାଜୟ ସ୍ୱୀକାର କରୁଛନ୍ତି, ଯାହା ଆଦୌ ଗ୍ରହଣୀୟ ନୁହେଁ । ସେ ଅନ୍ୟ ଦଳ ସହ ସାଲିସ୍ କରି କଂଗ୍ରେସକୁ ବିକ୍ରି କରୁଦେଉଛନ୍ତି । ତେଣୁ ପିସିସି ସଭାପତିଙ୍କୁ ହଟାଯିବା ପରେ ଜଣେ ଯୋଗ୍ୟ ପ୍ରାର୍ଥୀ ଆସିଲେ କଂଗ୍ରେସ ଆଗକୁ ଯାଇପାରିବ । ନୂଆ ସଭାପତି ଆସିଲେ ଅତି କମରେ କଂଗ୍ରେସ ନିର୍ବାଚନ ଗୁଡ଼ିକରେ ଫାଇଟ୍ କରିପାରିବ । ସେହିପରି ଆଉ ଜଣେ କଂଗ୍ରେସ କର୍ମୀ କହିଛନ୍ତି ଯେ ଦିନେ କଂଗ୍ରେସର ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ଚାକିରି ଛାଡ଼ି ଏହି ଦଳରେ ଯୋଗ ଦେଇଥିଲି । ଏବେ ଆଉ କଂଗ୍ରେସ ପୂର୍ବଭଳି ହୋଇ ରହିନାହିଁ । ବର୍ତ୍ତମାନ କଂଗ୍ରେସ କିଛି ଲୋକଙ୍କ ଦ୍ୱାରା ପରିଚାଳିତ । ନିଜର ସ୍ୱାର୍ଥ ହାସଲ କରିବାକୁ ଯାଇ ପିସିସି ସଭାପତି ନରଞ୍ଜନ ପଟ୍ଟନାୟକ କଂଗ୍ରେସକୁ ବିକିଦେଲେ । ପିପିଲି ପରିସ୍ଥିତି ପାଇଁ ନିଜେ ପିସିସି ସଭାପତି ଦାୟୀ ବୋଲି ସେମାନେ କହିଛନ୍ତି ।

 

 

 

Exit mobile version