କେସିଙ୍ଗା ରେ ସ୍ୱଚ୍ଛ ଭାରତ ମିଶନ କାର୍ଯକ୍ରମ ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ୍ (୦୩ ଅକ୍ଟୋବର ରବିବାର ) କେସିଙ୍ଗା :- ସ୍ଵାଧୀନତା ର ୭୫ବର୍ଷ ପୂର୍ତ୍ତି ଅବସରରେ କେସିଙ୍ଗା ସହର ସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ପାଖରୁ ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀ ଜୀଙ୍କ ମୂର୍ତ୍ତି ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଏସଡିପିଓ କେସିଙ୍ଗା ଏସ.ସୁଶ୍ରୀ ଏବଂ ୟୁବ ସମାଜ ସେଵକ ଅନୁପ କୁମାର ଜୈନ ଗାନ୍ଧୀଜିଙ୍କ ମୂର୍ତ୍ତି ରେ ମାଲ୍ୟାର୍ପଣ କରି ସ୍ୱଚ୍ଛ ଭାରତ ମିଶନ କାର୍ଯକ୍ରମ ଆରମ୍ଭ କରିଥିଲେ ।

ତା ପରେ ପରେ ୟୁବ ସମାଜ ସେଵକ ଅନୁପ କୁମାର ଜୈନ ଉପସ୍ଥିତ ସମସ୍ତଙ୍କୁ ସ୍ୱଚ୍ଛ ଭାରତ ଅଭିଯାନ ର ଶପଥ ପାଠ କରାଇଥିଲେ । ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ସଂଯୋଜକ ପ୍ରସନ୍ନ ମେହେର ଙ୍କ ନିର୍ଦ୍ଧେଶ କ୍ରମେ ଜାତୀୟ ସ୍ୱେଚ୍ଛା ସେବୀ ବିମଳ ବାଗ ଏବଂ ଶମ୍ଭୁ ବିଶି କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ । ଏଥିରେ ବିକାଶ ଚନ୍ଦ୍ର ଅଗ୍ରୱାଲ, ସ୍ଵାଧୀନ ପଟ୍ଟନାୟକ , ରଶ୍ମିରଞ୍ଜନ ମିଶ୍ର ,ହୃଷୀକେଶ ନାଏକ , ଦୌଲତ ପ୍ରସାଦ କଶ୍ୟପ, ସୁନିଲ ସୁନା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।

ଅକ୍ଟୋବର ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ କେସିଙ୍ଗା ବ୍ଲକ ଏବଂ ସାରା କଳାହାଣ୍ଡି ରେ ସମସ୍ତ ଗାଁ ରେ ଆରମ୍ଭ ହୋଇ ସଦର ମହକୁମା ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଚାଲିବାକୁ ନିଷ୍ପତି ହୋଇଛି । କଳାହାଣ୍ଡି ଜିଲ୍ଲା ରୁ ପ୍ରାୟ ୧୧୦୦୦ କେଜି ବ୍ୟବହାର ହୀନ ପ୍ଲାଷ୍ଟିକ ଏବଂ ପଲିଥିନ ଜମାକାରିବା ପାଈଁ ନେହେରୁ ଯୁବ କେନ୍ଦ୍ର ପକ୍ଷ ରୁ ନିଷ୍ପତ୍ତି ନିଆଯାଇଛି ।

Exit mobile version