ନୟାଗଡ଼ ସହରର ଅତ୍ୟନ୍ତ ମେଳାପୀ ବନ୍ଧୁ – ରମେଶ ଚନ୍ଦ୍ର ସାହୁ (ରମନା) ଙ୍କର ପରଲୋକ

ଓଡ଼ିଶା ତାଜା ନ୍ୟୁଜ୍ (୦୩ ଅକ୍ଟୋବର ରବିବାର ) ନୟାଗଡ଼ :- ନୟାଗଡ଼ ସହରର ଅତ୍ୟନ୍ତ ମେଳାପୀ, ବନ୍ଧୁ ବତ୍ସଳ, ଧର୍ମାନୁରାଗୀ, ସ୍ପଷ୍ଟବାଦୀ, ଅମାୟିକ, ତ୍ରିନାଥ ବଜାର ସ୍ଥିତ ଶ୍ରୀ ରାମ ମନ୍ଦିର ନିର୍ମାଣ କମିଟିର ସକ୍ରିୟ ସଦସ୍ୟ, ଜଣେ ବିଚକ୍ଷଣ ବୁଦ୍ଧିମାନ ବ୍ୟକ୍ତିତ୍ୱ, କ୍ରୀଡାପ୍ରେମୀ, ସାମାଜିକ ମୂଲ୍ୟବୋଧ ଉପରେ ବିଶ୍ୱାସ ରଖି ଆତ୍ମ ସ୍ୱାଭିମାନର ସହ ବଂଚୁଥିବା ଆମ ସମସ୍ତଙ୍କର ପ୍ରିୟ ତଥା ଆପଣାର

ରମେଶ ଚନ୍ଦ୍ର ସାହୁ(୬୫) (ରମନା) ଙ୍କର ପରଲୋକରେ ଅମୃତ ଅମ୍ଲାନ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷି ମନ୍ତ୍ରୀଡ଼ ଅରୁଣ କୁମାର ସାହୁ,ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ସମାଜସେବୀ ଗନୁ ଦାସ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତ ସାହୁଙ୍କ ପରଲୋକରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି.

Exit mobile version