ବିଜେଡି ର ଗଡ଼ କରିବା ପାଇଁ ଦଶପଲ୍ଲା ବିଧାୟକ ଦିନ ରାତି ଏକ କରି ଦେଇଛନ୍ତି
ଓଡ଼ିଶା ତାଜା ନ୍ୟୁଜ୍ (୦୩ ଅକ୍ଟୋବର ରବିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଅଧିନରେ ଥିବା ନୂଆଗାଁ ରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ବିଜେଡ଼ି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଦର୍ଶ,ଲୋକାଭୀମୁଖୀ କାର୍ଯ୍ୟ,ନେତୃତ୍ୱ ଏବଂ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଆଦର୍ଶ ଓ ବିକାଶ ପାଇଁ ଅହରହ ପ୍ରଚେଷ୍ଟା ଓ ସୁଦୃଢ଼ ନେତୃତ୍ୱରେ ଅନୁପ୍ରାଣୀତ ହୋଇ ବିଜେପି ଓ କଂଗ୍ରେସ ର ନେତୃବୃନ୍ଦ ପଦ୍ମ ଓ ହାତ ଛାଡ଼ି ବିଜେଡ଼ି ରେ ଯୋଗ ଦେଇଛନ୍ତି ।
ସୂଚନା ଅନୁଯାୟୀ ଜିଲ୍ଲା କଂଗ୍ରେସ ସହ ସମ୍ପାଦକ ନରେନ୍ଦ୍ର ପରିଡ଼ା,ପୂର୍ବତନ ସରପଂଚ ଶରତ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ପ୍ରଧାନ ଙ୍କ ସମେତ ବରିଷ୍ଠ ବିଜେପି ଓ କଂଗ୍ରେସ କର୍ମୀ ଶରତ ମହାରଣା,ଶେଷଦେବ ସିଠ,ନାରାୟଣ ଖଣ୍ଡୁଆଳ,ମନୋଜ ଖଣ୍ଡୁଆଳ,ଦୀପକ୍ କୁମାର ପରିଡ଼ା,ବ୍ରଜବନ୍ଧୁ ନିସଙ୍ଗ ବିଜେଡ଼ି ରେ ଯୋଗଦେଇଛନ୍ତି ।
ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବିଜେଡ଼ି ରେ ଯୋଗ ଦେଇଥିବା ବିଜେପି ଓ କଂଗ୍ରେସ ନେତୃବୃନ୍ଦ ଙ୍କୁ ଉତ୍ତରୀୟ ଦେଇ ଦଳକୁ ପାଛୋଟି ଆଣିଥିଲେ । ଏହା ପୂର୍ବରୁ ଖାଲ ମଡ଼ା ଗ୍ରାମରେ ବିଜେଡ଼ି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ ନିର୍ବାଚନ ରେ ବିଧାୟକ ସମର୍ଥିତ ପ୍ରାର୍ଥୀ ଙ୍କୁ ବିଜୟୀ କରିବା ସହିତ ଦଳକୁ ଅଧିକ ସୁଦୃଢ଼ କରିବା ସହିତ ବିଧାୟକ ଙ୍କ ହାତମୁଠାକୁ ଅଧିକ ଶକ୍ତ କରିବା ପାଇଁ ପ୍ରଚେଷ୍ଟା କରିବେ ବୋଲି ବିଜେଡ଼ି ରେ ଯୋଗଦେଇଥିବା ବିଜେପି ଓ କଂଗ୍ରେସ ର ନେତୃବୃନ୍ଦ ମାନେ କହିଥିଲେ।
