ଡମପଡା ବ୍ଲକ ରେ ଲାଟିନ ସ୍ୱଚ୍ଛ ଭାରତ ଶୌଚାଳୟ ନାମ ରେ ଦୁର୍ନୀତି ୨୨ଜଣ  ହିତାଧିକାରୀ ଙ୍କ ନାମରେ ଟଙ୍କା ଲୁଟ  ଭିଏଲ ଡ଼ବୁଲ ଙ୍କୁ ତାଲା ପକ୍କାଇ ରଖିଲେ ଗ୍ରାମ ବାସୀ ତଦନ୍ତ ଦାବି କଲା ବିଜେପି

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର ) ବାଙ୍କୀ :-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମସିହା ରେ କେନ୍ଦ୍ର ରେ  କ୍ଷମତା କୁ   ଆସିବା ପରେ ପ୍ରଥମ ଥର  ଅକ୍ଟୋବର୨ଗାନ୍ଧୀ ଜୟନ୍ତୀ ରେ ସମଗ୍ର ଭାରତ ରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ।ଏଥିସହ ବାହ୍ୟ ମଳମୂତ୍ର ନିଷେଧ କରି ପ୍ରତ୍ୟେକ ଘରେ ଶୌଚାଳୟ ନିର୍ମାଣ ପାଇଁ ଯୋଜନା ଲାଗୁ କରିଥିଲେ।ଯାହା ଫଳରେ ଦେଶ ରେ ଏକ ନୂତନ ସ୍ୱଚ୍ଛ ସଂସ୍କାର ଆରମ୍ଭ ହୋଇଥିଲା।ଯାହାର ଶୌଚାଳୟ ନାହିଁ ତାକୁ ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ମୋଦି ସମଗ୍ର ଭାରତ କୁ ସ୍ୱଚ୍ଛ ପାଇଁ ପୁନଃ ନାରା ଲଗେଇବା ସହ ସମସ୍ତେ ସଂକଳ୍ପ କରିବା ପାଇଁ ଅନୁରୋଧ କରିଛନ୍ତି।ଏହି ନିୟମ କୁ କାର୍ଯ୍ୟକାରୀ ପାଇଁ କେନ୍ଦ୍ର ସରକାର ନିର୍ଦେଶ

ଦେବା ବେଳେ ବାଙ୍କୀ ଡମପଡା ବ୍ଲକ ର ଗୋପାଳପୁର ପଞ୍ଚାୟତ ରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।ସ୍ୱଚ୍ଛ ଭାରତ ମିଶନ ରେ ଶୌଚାଳୟ ଯୋଗେଇଦେବା ପାଇଁ ହିତାଧିକାରୀ ଙ୍କୁ ଭୁଆଁ ବୁଲାଇ ଯନ୍ତ୍ରୀ ,ଠିକାଦାର ସ୍ୱୟଂ ସହାୟକ ଗୋଷ୍ଠୀ ଓ ଭିଏଲଡବୁଲ ମିଳିତ ଦୁର୍ନୀତି କରି ଆର୍ଥ ହଡପ କରିଥିବା ଅଭିଯୋଗ ବାରମ୍ବାର ହିତାଧିକାରୀ ଗ୍ରାମ ବାସୀ ଉପଜିଲ୍ଲାପାଳ, ବ୍ଳକ ବିଡ଼ିଓ ଓ ଅଧିକାରୀ ଙ୍କୁ ଜଣେଇ ଲେ ବି ସମସ୍ତେ ନିରବ।ଗତ ଶୁକ୍ରବାର ହିତାଧିକାରୀଙ୍କ ଏକ ପ୍ରତିନିଧି ଦଳ ବାଙ୍କୀ ଉପଜିଲ୍ଲାପାଳ ଙ୍କୁ ଏ ସମ୍ପର୍କରେ ଅବଗତ କରେଇଥିଲେ ମାତ୍ର ସେମାନେ ଉପଜିଲ୍ଲାପାଳ ଙ୍କ ଠାରୁ କିଛି ନିର୍ଭର ପ୍ରତିଶୃତି ପାଇନଥିବାରୁ ପୁନଃ ସରପଞ୍ଚ ଙ୍କୁ ଅବଗତ କରାଇ ନିରାଶ ହୋଇ ଆଜି ଉକ୍ତ କାର୍ଯ୍ୟ ରେ ଆର୍ଥ ମଞ୍ଜୁର କରିଥିବା  ଭିଏଲଡବୁଲ ଶିବ ପ୍ରସାଦ ଶଢଙ୍ଗୀ  ଙ୍କୁ ପଞ୍ଚାୟତ

କାର୍ଯ୍ୟାଳୟ ରେ ଗ୍ରାମବାସୀ ଓ ହିତାଧିକାରୀ ତାଲା ପକେଇଦେଲେ।ପଞ୍ଚାୟତରଜ ପାନୀୟ ଜଳ ବିଭାଗ କନିଷ୍ଠ ଯନ୍ତ୍ରୀ ସୃତି ମିଶ୍ର ଙ୍କୁ ଘଟଣା ସମ୍ପର୍କରେ ଗ୍ରାମବାସୀ ଫୋନ କରିଲା ପରେ ମିଶ୍ର ଏ ସମ୍ପର୍କରେ ସୋମବାର ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ ପରେ ଭିଏଲଡବୁଲ ଙ୍କୁ ପଞ୍ଚାୟତ ଅଫିସ ରୁ ଗ୍ରାମବାସୀ ତାଲା ଖୋଲିଲେ।ସୂଚନା ଯୋଗ୍ୟ୨୦୧୮ ,୧୯ ମସିହା ରୁ ଗୋପାଳପୁର ପଞ୍ଚାୟତ ରେ ଶୌଚାଳୟ ପାଇଁ ଆବେଦନ କରିଥିବା  ହିତାଧିକାରୀ ଙ୍କ ମଧ୍ୟରୁ ୨୨ଜଣ ହିତାଧିକାରୀଙ୍କ ଶୌଚାଳୟ ପଇସା ୧୨ହଜାର ଟଙ୍କା ଆଜି ପର୍ଯ୍ୟନ୍ତ ସେମାନଙ୍କ ଆକାଉଣ୍ଟକୁ କି ସେମାନଙ୍କୁ ଆସିନାହିଁ।ବ୍ଲକ ର ଦାଇତ୍ୱ ରେ ଥିବା ବିବାଦୀୟ କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର ସିଂ ଉକ୍ତ କାମ କରିବାର ଠିକାଦାର କାର୍ଯ୍ୟ  ମା ଆଦିଶକ୍ତି ମହିଳା ଗୋଷ୍ଠୀ ଓ ମା ଚର୍ଚ୍ଚିକା ମହିଳା

ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ପ୍ରଦାନ କରିଥିଲେ।ହିତାଧିକାରୀ ଙ୍କୁ କୁହାଯାଇଥିଲା ତୁମେ ନିଜ ଜାଗାରେ ଶୌଚାଳୟ ନିର୍ମାଣ କର ନିର୍ମାଣ ସରିଲା ପରେ ଫୋଟୋ ଉଠାଇ ଦେଲା ପରେ ତଦନ୍ତ ହୋଇ ୧୨ହଜାର ଅର୍ଥ ପ୍ରଦାନ କରାଯିବ ମାତ୍ର ପ୍ରତିଶୃତି ପ୍ରତିଶ୍ରୁତି ରେ ରହିଗଲା ।ଋଣଆଣି  ଶୌଚାଳୟ ନିର୍ମାଣ କରିବା ପରେ ଆଜି ପର୍ଯ୍ୟନ୍ତ ଶୌଚାଳୟ ଅର୍ଥ ନପାଇବା ପରେ କର୍ତ୍ତୃପକ୍ଷ ଙ୍କୁ  ଅବଗତ କରିବା ପରେ ବି କର୍ତ୍ତୃପକ୍ଷ ନିରବ ।ଅନଲାଇନ ସୂଚନା ଅଧିକାର ତଥ୍ୟ ରୁ ଜଣା ପଡୁଛି ଉକ୍ତ ୨୨ଜଣ ହିତାଧିକାରୀଙ୍କ ଶୌଚାଳୟ ଆର୍ଥ ଉଠାଣ ହୋଇଛି ମାତ୍ର କେବେ ଉଠାଣ ତାରିଖ ଉକ୍ତ ରିପୋର୍ଟ ରେ ଅନଲାଇନ ରେ ଦର୍ଶାଯାଇନାହିଁ।ତେବେ ଏଠାରେ ପ୍ରଶ୍ନ ଉଠୁଛି ଅର୍ଥ ଉଠାଣ କାହିଁକି ସୂଚନା ଅଧିକାର ତଥ୍ୟ ରେ ଅନଲାଇନ ରେ ଦର୍ଶାଯାଇନାହିଁ ଏହା ପଛରେ କି

ଉଦ୍ଦେଶ୍ୟ।ଶୌଚାଳୟ ଦୁର୍ନୀତି କୁ ବାଙ୍କୀ ବିଜେପି ବିଧାୟକ ପାର୍ଥି ଶୁଭ୍ରାଂଶୁ ମୋହନ ପାଢ଼ୀ ଦୃଢ଼ ନିନ୍ଦା କରିବା ସହ ଏହାର ତଦନ୍ତ ଦାବି କରିଛନ୍ତି।ସୂଚନା ଥାଉ କି ବ୍ଲକ ର ଗୋପାଳ ପୁର ପଞ୍ଚାୟତ ଶୌଚାଳୟ ଦାଇତ୍ୱ ରେ ଥିବା କନିଷ୍ଠ ଯନ୍ତ୍ରୀ ବିଭିନ୍ନ ଦୁର୍ନୀତି ରେ ଲିପ୍ତ ଥିବାରୁ ଜିଲ୍ଲା ପ୍ରକଳ୍ପ ଅଧିକାରୀ ତାଙ୍କର ବଡମ୍ବା ବ୍ଲକ କୁ ବଦଳି କରିଦେଇଛନ୍ତି।ବର୍ତ୍ତମାନ ଡମପଡା ବ୍ଲକ ପଞ୍ଚାୟତରଜ ପାନୀୟ ଜଳ ବିଭାଗ କନିଷ୍ଠ ଯନ୍ତ୍ରୀ ସୃତି ମିଶ୍ର ଦାଇତ୍ୱ ରେ ଅଛନ୍ତି।ଆଜି ଗ୍ରାମ ର ହିତାଧିକାରୀଙ୍କ ମହିଳା ପଞ୍ଚାୟତ କାର୍ଯ୍ୟାଳୟ ରେ  ଭିଏଲଡବୁଲ ଶଢଙ୍ଗୀ ଙ୍କୁ ତାଲା ପକେଇବା ବେଳେ ମହିଳା କହିଲେ ୟାଙ୍କ ଦ୍ୱାରା ସମସ୍ତ ଦୁର୍ନୀତି ହୋଇଛି ଏହି ଭିଏଲଡବୁଲ ଶୌଚାଳୟ ହୋଇଛି ବୋଲି ରିପୋର୍ଟ ଦେଇ ଫ୍ଲସ ବିଲ ଯନ୍ତ୍ରୀ ଓ ଠିକାଦାର ଗୋଷ୍ଠୀ ମିଳିମିଶି ଖାଇଛନ୍ତି।ଏ ସମ୍ପର୍କରେ ଶ୍ରୀ

ଶଢଙ୍ଗୀ ଙ୍କୁ ପଚାରିବାରୁ ସେ କହିଲେ ଏହା ମିଛ ମୁଁ କିଛି ଜାଣିନି।ଏ ସମ୍ପର୍କରେ ଯନ୍ତ୍ରୀ ସୃତି ମିଶ୍ର ଙ୍କୁ ପଚାରିବାରୁ ସେ କହିଲେ ମୁଁ ଗୋପାଳପୁର ପଞ୍ଚାୟତ ଦାଇତ୍ୱ ଅଳ୍ପ ଦିନ ହେବ ନେଇଛି ଘଟଣା ସମ୍ପର୍କରେ ମୁଁ ଅନଭିଜ୍ଞ ଆଜି ଗ୍ରାମ ବାସୀ ମତେ ଫୋନ କରିଥିଲେ ଓ ଶୌଚାଳୟ ଦୁର୍ନୀତି କଥା କହିବା ସହ ଭିଏଲଡବୁଲ କୁ ତାଲା ପକେଇବା କଥା କହିଲେ ମୁଁ ସେମାନଙ୍କୁ ସୋମବାର କାର୍ଯ୍ୟାଳୟ କୁ ଆସି ସମସ୍ତ କାଗଜ ପତ୍ର ସୂଚନା ଅଧିକାର ତଥ୍ୟ ଆଣିଆସିବାକୁ କହିଛି  ଉକ୍ତ ଆଲୋଚନା ପରେ ତଦନ୍ତ କରିଲା ପରେ କଣ ସମସ୍ୟା ହୋଇଛି ତାହାର ସମାଧାନ ହେବ।

ଜୋସ୍ନା ରାଣୀ ସାହୁ ,ଦୁର୍ଯୋଧନ ସାହୁ,କାଶିନାଥ ସାହୁ ଙ୍କ ସମିତ ବହୁ ମହିଳା ଓ ବ୍ୟକ୍ତି ଯୋଗ ଦେଇ ପଞ୍ଚାୟତ କାର୍ଯ୍ୟାଳୟ ରେ ଭିଏଲଡବୁଲ ଙ୍କୁ ତାଲା ପକେଇ ପ୍ରତିଶୃତି ପରେ ତାଲା ଖୋଲିଥିଲେ।ରାଜ୍ୟ ସରକାର ମୋସରକାର  ଓ ସ୍ୱଚ୍ଛ ସରକାର ଡେଙ୍ଗୁରା ପିଟୁଥିବା ବେଳେ ବାରମ୍ବାର ଡମପଡା ବ୍ଲକ ର ଦୁର୍ନୀତି ପଦାରେ ପଡୁଛି ଏ ସମ୍ପର୍କରେ ଡମପଡା ବିଡ଼ିଓ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିବାରୁ ସେ ଫୋନ ଉଠେଇନଥିଲେ।

Exit mobile version