ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ସ୍ୱଚ୍ଛ ଭାରତ ପକ୍ଷ ଶୁଭାରମ୍ଭ , ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳନ 

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର ) ବାଙ୍କୀ :- ଆଜି ଗାନ୍ଧିଜୟନ୍ତୀ ଉପଲକ୍ଷେ ସ୍ୱଚ୍ଛ ଭାରତ ପକ୍ଷ ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ରୋଗୀକଲ୍ୟାଣ ସମିତିର ସଭ୍ୟ ସମରେନ୍ଦ୍ର ମହାପାତ୍ର, ଡାକ୍ତର ପଦ୍ମଲୋଚନ ପଣ୍ଡା ଉଦ୍‌ଘାଟନ କରି ସ୍ୱଚ୍ଛତା ସଂପର୍କରେ ଗାନ୍ଧିଙ୍କ ନୀତି ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ ୧୨ଦିନ ଧରି ଚାଲୁ ରହିବ ବୋଲି ଚିକିତ୍ସାଳୟର ମ୍ୟାନେଜର ଶଶିିକାନ୍ତ ମିଶ୍ର ପ୍ରକାଶ କରି ସ୍ୱଚ୍ଛ ଭାରତ ପକ୍ଷ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଚିକିତ୍ସାଳୟର ଚତୁଃ ପାଶ୍ୱର୍ ଓ ଚିକିତ୍ସାଳୟର ପରିସରକୁ ବାଙ୍କୀର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ,

ସମାଜସେବୀ ଓ ବାଙ୍କୀ ମହାବିଦ୍ୟାଳୟ ରୋଭର ରେଞ୍ଜନ ଛାତ୍ରୀମାନେ ସଫା କରିଥିଲେ । ରୋଗୀ କଲ୍ୟାଣ ସମିତିର ସଭ୍ୟ ଓକିଲ ସଂଘର ଉପସଭାପତି ସନ୍ତୋଷ କୁମାର ରଣାଙ୍କ ତତ୍ୱାବଧାନରେ ଚିକିତ୍ସାଳୟର ସମସ୍ତ କର୍ମଚାରୀ ଓ ସାମାଜିକ ଅନୁଷ୍ଠାନର ସଭ୍ୟମାନଙ୍କୁ ସ୍ୱଚ୍ଛତା ସଂପର୍କରେ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସେବୀକା ସନ୍ଧ୍ୟାରଣୀ ଦାସ, ରୋଗୀ କଲ୍ୟାଣ ସମିତିର ସଭ୍ୟ ପଠାଣୀ ବେହେରା, ସାମ୍ବାଦିକ ଗୌତମ ମିଶ୍ର ଓ

ସମାଜସେବୀ ବ୍ରଜବିହାରୀ କରଙ୍କ ସମେତ ଚିକିତ୍ସାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଚିକିତ୍ସାଳୟ ପକ୍ଷରୁ ରକ୍ତଭଣ୍ଡାର ସମ୍ମିଳନୀ କକ୍ଷରେ ସନ୍ତୋଷ କୁମାର ରଣାଙ୍କ ଅଧ୍ୟକ୍ଷତାରେ ମହାତ୍ମାଗାନ୍ଧି ଓ ପୂର୍ବତନ ପ୍ରଧାନ ମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳନ କରିବା ସହ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ମ୍ୟାନେଜର ଶଶିକାନ୍ତ ମିଶ୍ର ପରିଚାଳନା କରିଥିଲେ ।

Exit mobile version