Home ଓଡ଼ିଶା ବରଗଡ଼ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ ବରଗଡ଼ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର ) ବରଗଡ଼ :- ବରଗଡ଼ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯାଇ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା। ଆଜି ସକାଳୁ ସହର ମଧ୍ୟରେ ରାମଧୂନ ପରିବେଷଣ ଏବଂ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଏବଂ ଜିଲ୍ଲା ପୋଲିସ ମୁଖ୍ୟ ରାହୁଲ ଜୈନ ଗୀନ୍ଧୀଜିଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ତଳେ ଏକ ସର୍ବ ଧର୍ମ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା। ଏଥିରେ ସବୁ ଧର୍ମର ପୂଜକ ମାନେ ଯୋଗ ଦେଇ ପ୍ରାର୍ଥନା କରିଥିଲେ। ସଭାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ପରିଚାଳନା କରିଥିଲେ। ସେହିପରି ସୋହେଲା ଗାନ୍ଧୀ ଛକ ସ୍ଥିତ ସତ୍ୟାଗ୍ରହୀ ସ୍ମାରକୀ ସ୍ମୃତିପୀଠରେ ମଧ୍ୟ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସମେତ ଅନ୍ୟ ୧୦ ଜଣ ଅନୁଗାମୀଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟ ଶ୍ରମ ଓ ଗ୍ରାମ୍ଯ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ମାଲ୍ଯାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହି ଅବସରରେ ସେ ସ୍ମୃତି ପୀଠରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କାର୍ଯ୍ୟକ୍ରମରେ ସୋହେଲା ଅଂଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ପଶ୍ଚିମ ଓଡିଶା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା,ସଂଗ୍ରାମୀ ପୀଠ ପାଣିମୋରା ଗ୍ରାମର ତଥା ଗାନ୍ଧୀ ସ୍ମାରକ ନିଧି ସଦସ୍ୟ ଉପେନ୍ଦ୍ର ମହାପାତ୍ର, ଶିକ୍ଷାବିତ ଟେକଚାନ୍ଦ ଦୁଆନ, ପ୍ରକୃତି ବନ୍ଧୁ ରାମଚନ୍ଦ୍ର ସାହୁ, ଟଙ୍କଧର ଝାଙ୍କର, ଲଳିତ କୁମାର ଅଗ୍ରୱାଲ, ରମାକାନ୍ତ ସାହୁ, ସଞ୍ଜୀବ ଝାଙ୍କର, ଗୋବିନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ Categories: ଓଡ଼ିଶା, ଦେଶ, ବରଗଡ଼, ହୋମ୍ Related Content ଭୂସ୍ଖଳନ ଆଶଙ୍କାରେ କଳିଙ୍ଗା ଘାଟି ବନ୍ଦ : ପୁଲିସର ନାକାବନ୍ଦୀ, ବିକଳ୍ପ ରାସ୍ତାରେ ଯାତାୟାତ ପାଇଁ ପରାମର୍ଶ by Proprietor Abhimanyu Maharana September 24, 2026 ଲଗାଣ ବର୍ଷାରେ ଭୁଶୁଡ଼ିଲା ପୋଲ, ବିଚ୍ଛିନ୍ନ ସିଙ୍ଗମିଲା ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢ଼ିଲା by Proprietor Abhimanyu Maharana September 24, 2026 ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା ହିନ୍ଦୀ ପଖୱାଡ଼ା - ୨୦୨୬ ର ଉଦ୍ଯାପନୀ ସମାରୋହ ଏବଂ ୧୫୧ତମ ମଣ୍ଡଳୀୟ ସରକାରୀ ଭାଷା କାର୍ଯ୍ୟାନ୍ୱୟନ ସମିତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 24, 2026 ଶ୍ରୀମନ୍ଦିର ରେ ଶ୍ରୀବିଗ୍ରହ ଙ୍କ ବାମନ ଜନ୍ମ ନୀତି ଅନୁଷ୍ଠିତ by Proprietor Abhimanyu Maharana September 24, 2026 ୧୧ତମ ଆୟୁର୍ବେଦ ଦିବସ ପାଳିତ by Proprietor Abhimanyu Maharana September 24, 2026 ନୋଭୋଟେଲ ଭୁବନେଶ୍ୱର ଜନପଥର ଗ୍ରାଣ୍ଡ ଶୁଭାରମ୍ଭ by Proprietor Abhimanyu Maharana September 24, 2026