ନର୍ଲା କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର ) କଳାହାଣ୍ଡି :- ନର୍ଲା ଡାକବଙ୍ଗଳା ଠାରେ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇ ଯାଇଛି। ନର୍ଲା ବ୍ଲକ କଂଗ୍ରେସ କମିଟି ସଭାପତି ସମୀର ଚାନ୍ଦଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ କଂଗ୍ରେସ କମିଟିର ବରିଷ୍ଠ ସଦସ୍ୟ ମାନେ ସମବେତ ହୋଇ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଧୂପ, ଦୀପ ଦେଇ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ।

ଏହାପରେ ଏହି ଦୁଇ ମହାପୁରୁଷଙ୍କ ଦେଶ ପ୍ରତି ଅତୁଳନୀୟ ଅବଦାନ ବିଷୟରେ ବ୍ଲକ ସଭାପତି ଶ୍ରୀ ଚାନ୍ଦ କହିବା ସହିତ ମହାପୁରୁଷଙ୍କ ପଦାଙ୍କ ଅନୁସରଣ କରି ଗାନ୍ଧୀଜୀଙ୍କ ସ୍ୱପ୍ନର ରାମରାଜ୍ୟ ଗଠନରେ ସହାୟକ ହୁଅନ୍ତୁ ବୋଲି ସମସ୍ତ ସଦସ୍ୟଙ୍କୁ ଆହ୍ୱାନ ଦେଇଥିଲେ। ଦୁଇ ମହା ପୁରୁଷଙ୍କ ସ୍ମୃତି ଚାରଣ ପରେ ସାଙ୍ଗଠାନିକ ଆଲୋଚନା ମଧ୍ୟ କରା ଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ କଂଗ୍ରେସ ନେତା ରଜନୀ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।        ( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version